IMG 20260209 WA0155

୧୨ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ ପାଇଁ ପଥପ୍ରାନ୍ତ ସଭା

ରାଜ୍ୟ
ବାରିପଦା: ଶ୍ରମିକ, କର୍ମଚାରୀ ବିରୋଧୀ ୪ ଟି ଶ୍ରମ କୋର୍ଡ ରଦ୍ଦ କରିବା, ଦରବୃଦ୍ଧି ବନ୍ଦ ରଖିବା, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଜିଏସଟି ପ୍ରତ୍ୟାହାର, କୃଷି ଜାତ ଦ୍ରବ୍ୟ ବିକ୍ରି ପାଇଁ ଏମ୍ ଏସ ପି ର ଆଇନ୍ ଗତ ଗ୍ୟାରେଣ୍ଟି, ବିଦ୍ୟୁତ୍ ସଂଶୋଧନ ବିଲ୍ – ୨୦୨୫ ପ୍ରତ୍ୟାହାର, ଘରୋଇ ଆଣବିକ ଆଇନ୍ ରଦ୍ଦ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା, କମ୍ପାନୀ ସ୍ୱାର୍ଥରେ ସ୍ମାର୍ଟ ମିଟର ଲଗାଇବା ବନ୍ଦ ରଖିବା, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା ଦେବା, ଦୈନିକ ୧୦ ଘଣ୍ଟିଆ କାର୍ଯ୍ୟ ଦିବସ ବାତିଲ୍ ସହ ମହିଳା ଶ୍ରମିକ ଓ କର୍ମଚାରୀଙ୍କୁ ରାତ୍ରୀ କାଳୀନ ନିୟୋଜନକୁ ପ୍ରତ୍ୟାହାର, ସ୍କିମ ଓରକର ଯଥା ଅଙ୍ଗନବାଡି, ଆଶା, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା, ପୁରୁଣା ପେନସନ ସ୍କିମର ପ୍ରଚଳନ, ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ଲାଗୁ କରିବା ଭି ବି ଜି ରାମ୍ ଜି ଆଇନ୍ ବାତିଲ୍, କନ୍ଷ୍ଟ୍ରକସନ୍ ଶ୍ରମିକ, ଅଣସଂଗଠିତ ଶ୍ରମିକଙ୍କ ସମେତ କୃଷକ, କର୍ମଚାରୀ, ମହିଳା – ଶିଶୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ସମେତ ସାଧାରଣ ମଣିଷର ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଇତ୍ୟାଦି ଜନଦାବି ନେଇ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଭାରତ ବନ୍ଦକୁ ସଫଳ କରିବାକୁ  ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଭାବେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର କର୍ପୋରେଟ ସ୍ୱାର୍ଥରେ ଦେଶର ସାର୍ବଜନୀନ ସମ୍ପତ୍ତି, ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓ ଜମି ଟେକି ଦେଇ ଶ୍ରମିକ, କୃଷକ, କର୍ମଚାରୀ, ଚାଷୀ, ଗ୍ରାମୀଣ ଗରିବ ଓ ମଧ୍ୟବର୍ଗୀୟ ଜନସାଧାରଣଙ୍କ ଅଧିକାର ଛଡ଼ାଇ ନେଉଥିବାରୁ ଏହା ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ, ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ ଭାରତ ବନ୍ଦକୁ ସଫଳ କରିବାକୁ ଏଆଇଟିୟୁସି ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ଏଆଇୟୁଟିୟୁସି ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ସାଥୀ ଶମ୍ଭୁନାଥ ନାଏକ, ଆଇଏନଟିୟୁସି ପକ୍ଷରୁ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ମଧୁ ନାଏକ, ତ୍ରୀନାଥ ପାତ୍ର ପ୍ରମୁଖ ଉଦବୋଧନ ଦେଇ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାଥୀ ମନଗିଲାଲ ହେମ୍ବ୍ରମ୍ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇଏନଟିୟୁସି ପକ୍ଷରୁ ଅମର ମହାନ୍ତ,ରୂପକ ମହାନ୍ତି,କିଶୋର ମହାନ୍ତ,ପିଥ ମୁର୍ମୁ, ହରିହର ସାହୁ, ଏଆଇଟିୟୁସି ପକ୍ଷରୁ ଶରତ ବିନ୍ଧାଣୀ, ସତୀଶ ଚନ୍ଦ୍ର ସି, ଏଆଇୟୁଟିୟୁସି ପକ୍ଷରୁ ସୁଶାନ୍ତ ମୁର୍ମୁ,ଡମାଣ ମାଝୀ,‌ହରିହର ଗିରି, ଲଳିତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
Shrutilipi ad