ଡାହାଣୀ ସନ୍ଦେହରେ ନିର୍ଯାତନା ଓ ନିବାରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

ରାଜ୍ୟ

ବାରିପଦା : ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ଅଓନୁକୁଲ୍ୟରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଡାହାଣୀ ସନ୍ଦେହରେ ନିର‌୍ୟ୍ୟାତନା ଓ ନିବାରଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଓ ଏହି କାର‌୍ୟ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସଏ ଅଧକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ , ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାଏକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି , ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନୁପମଓ ବୁରୁଡ଼ା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ୱାଳ , ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସବିତା ମାଝୀ , ଆଡ଼ଭୋକେଟ ବିଭୁ ପ୍ରସାଦ ଦାସ ଏବଂ ମହିଳା ସଶକ୍ତିକରଣର କେନ୍ଦ୍ରର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ଓ କାର‌୍ୟ୍ୟକ୍ରମରେ ସମ୍ମାନିତ ଅତିଥି ମାନେ ଡାହାଣୀ ପ୍ରଥା କୁ ଗୁରୁତର ଲିଙ୍ଗ ଭିତ୍ତିକ ହିଂସା ଓ ସାମାଜିକ ଅପରାଧ ଭାବେ ବ୍ୟାଖ୍ୟା କରି ଏହା ଅଧିକାଂଶ ସମୟରେ ମହିଳା ମାନଙ୍କୁ ଲକ୍ଷ କରି ସମାଜର ଅସୁବିଧା ଦୋଷୀ ସାବ୍ୟସ୍ତ କରିଦିଆଯାଉଥିବା ଏକ ଅମାନବୀୟ ପ୍ରଥା ବୋଲି କହିଥିଲେ ଓ ଏହି ପ୍ରଥା ଯୋଗୁ ସାମାଜିକ ଓ ଆର୍ଥିକ କାରଣରୁ ଜନ୍ମ ନେଇଥିବା ଏକ ସାମାଜିକ କୁ ପ୍ରଥା ବୋଲି ଜିଲ୍ଲାପାଳ ଆଲୋଚନା କରିଥିଲେ ଓ ଏହି ପ୍ରଶିକ୍ଷଣ କାର‌୍ୟ୍ୟକ୍ରମରେ ସିଡିପିଓ , ସରପଞ୍ଚ , କଲେଜ ଛାତ୍ର , ଛାତ୍ରୀ ଏବଂ ଓଝା ଗୁଣିଆ ମାଝୀ ହାଦାମ ପ୍ରମୁଖ ଯୋଗ ଦେଇଥିଲେ ଓ ଡାହାଣୀ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଏହି ସାମାଜିକ କୁ ପ୍ରଥା ନିବାରଣ ପାଇଁ ସମସ୍ତ ମହଲରେ ସମ୍ମନିତ ପ୍ରୟାସ ଅବଶକ୍ୟତା ଉପରେ ଜୋର ଦିଆ ଯାଇଥିଲା ଓ ଏହି କାର‌୍ୟ୍ୟକ୍ରମକୁ ଜିଲ୍ଲା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ପରିଚାଳନା କରିଥିବା ବେଳେ ସମାଜ ମଙ୍ଗଳ ଅଧିକାରିଣୀ ଧନ୍ୟବାଦ ଅର୍ପଣ କରିଥଲେ

Shrutilipi ad