ବାରିପଦା : ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର ମୟୂରଭଞ୍ଜ ରେଞ୍ଜ ୨ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଆଜି ବାରିପଦା ସଦର ଥାନା ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଓ ବଜାର ଅଞ୍ଚଳରେ ପାନ ଦୋକାନ, କିରାନା ( ଗ୍ରୋସେରୀ) ଦୋକାନ ମାନଙ୍କରେ ଅଚାନକ ଚଢ଼ାଉ କରାଯାଇ ଏହି ସବୁ ଦୋକାନ ଗୁଡିକରେ ବିକ୍ରୟ କରାଯାଉଥିବା ବିଭିନ୍ନ ପ୍ରକାର ତମାଖୁ ଜାତୀୟ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ ରେ ୧୦ ଟି ଦୋକାନରୁ ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

