Missing

ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରି ପୋଲିସ ଜିମାଦେଲେ ଲୋକେ

ରାଜ୍ୟ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ରାଢୋ କେଜିବିପି ସରକାରୀ ବିଦ୍ୟାଳୟ ଛାତ୍ରୀ ନିବାସ  ରୁ ଗତକାଲି ସନ୍ଧ୍ୟା ପାଖରୁ ଦୁଇ ଜଣ ଛାତ୍ରୀ ଫେରାର ହୋଇଯାଇଥିଲେ l ଏ ନେଇ ଉଦଳା ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା l ଗତକାଲି ସନ୍ଧ୍ୟା କ୍ଲାସ ପରେ ଦୁଇ ଜଣ ଛାତ୍ରୀ ପାଚେରୀ ଡେଇଁ ପଳାଇ ଯାଇଥିଲେ l ଆଜି ମାଧ୍ୟାନ୍ନ ସମୟରେ ସ୍ଥାନୀୟ ଲୋକେ ଦୁଇ ଜଣ ଛାତ୍ରୀ ଙ୍କୁ ଉଦଳା ଶ୍ମଶାନ କାଳୀ ରାସ୍ତାରେ ଦେଖିବାକୁ ପାଇ ଥାନାରେ ଜିମା ଦେଇଥିଲେ l ପୋଲିସ ଆଗରେ ଛାତ୍ରୀମାନେ ଉଦଳା ମେଳା ବୁଲିବାକୁ ଯାଇଥିବାର ପ୍ରକାଶ କରିଛନ୍ତି l ତେବେ ବିଦ୍ୟାଳୟ ସୀମା ରୁ କିପରି ସେମାନେ ବାହାରକୁ ଗଲେ ତାହା ସମସ୍ତଙ୍କୁ ଆଶ୍ଚlର୍ଯ୍ୟ କରିଅଛି l ଛାତ୍ରୀ ନିବାସରେ ୱାଡେନ କିମ୍ବା ବିଦ୍ୟାଳୟ କର୍ତୃପକ୍ଷ ଙ୍କ ଦାୟିତ୍ୱ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଅଛି l

Shrutilipi ad