IMG 20260204 WA0196

ତିନି ଦିନିଆ ମୟୁରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ରାଜ୍ୟ
ବାରିପଦା : ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଆଜି ହାଲିକ୍ୟାପଟର ଯୋଗେ ତିନି ଦିନିଆ ମୟୁରଭଞ୍ଜ ଗସ୍ତରେ ଆସି ପୂର୍ବାହ୍ନରେ ଦାଣ୍ଡବୋଷ୍ ଏୟାର୍ ଷ୍ଟ୍ରିପ୍ ସ୍ଥିତ ହେଲିପ୍ୟାଡରେ ଅବତରଣ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,  ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ତଥା ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ହେଲିପ୍ୟାଡରେ ରାଷ୍ଟ୍ରପତି ଙ୍କୁ ସ୍ୱାଗତ କରିବା ସହିତ  ପାଛୋଟି ନେଇଥିଲେ। ରାଷ୍ଟ୍ରପତି ହେଲିପ୍ୟାଡରୁ ସିଧାସଳଖ ଆସି ମହୁଲଡିହାସ୍ଥିତ ଅବକାଶ ଗୃହର ଶୁଭ ଉଦଘାଟନ କରିଛନ୍ତି । ପରବର୍ତ୍ତୀ ସମୟରେ ମହୁଲଡିହା ସ୍ଥିତ ଏସ ଏସ ଡି ବାଳିକା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଭାବ ବିନିମୟ କରିଛନ୍ତି ।
ଶିକ୍ଷା ହେଉଛି ବିକାଶର ପୁଞ୍ଜି । ଆମ ଦେଶର ଜାତୀୟ ପତାକାର ତିନି ରଙ୍ଗ ଆମକୁ ତ୍ୟାଗ ତପସ୍ୟା ଶାନ୍ତି ଓ ପ୍ରଗତିର ବାର୍ତ୍ତା ଦେଇଥାଏ । ତ୍ୟାଗ ତପସ୍ୟା ଦ୍ୱାରା ଶାନ୍ତି ମିଳେ, ଶାନ୍ତି ଆସିଲେ ପ୍ରଗତିର ପଥ ଉନୁମୁକ୍ତ ହୁଏ ।  ଗ୍ରାମରେ ଅଧିକ ଶକ୍ତି ଥାଏ ମାତ୍ର ଉପଯୁକ୍ତ ସୁଯୋଗର ଅଭାବରୁ ବହୁ ସମୟରେ ବିକଶିତ ହେବା ସମ୍ଭବ ହୋଇ ପାରେ ନାହିଁ । ଆଜିର ସମୟରେ ପାଠ ପଢିଲେ ସମସ୍ତଙ୍କୁ ଚାକିରୀ ମିଳିବା ସହଜ ସାଧ୍ୟ ନୁହେଁ । ତେଣୁ ଛାତ୍ର ଛାତ୍ରୀ ମାନେ ପାଠ ସହିତ ଅନ୍ୟାନ୍ୟ କ୍ଷେତ୍ରରେ ସାମଗ୍ରିକ ଭାବେ  ଅନ୍ତର୍ନିହିତ ଦକ୍ଷତାକୁ ପ୍ରତିପାଦନ ପୂର୍ବକ ଲକ୍ଷ୍ୟ   ହାସଲ ପାଇଁ ଚେଷ୍ଟିତ ହେବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ନିଜକୁ ପାଠ ସହିତ ସଂଗୀତ ନୃତ୍ୟ, ଖେଳକୁଦ ତଥା ଶାରୀରିକ ସୁସ୍ଥତା ଓ ମାନସିକ ସୁସ୍ଥତା ପାଇଁ ଯୋଗ ଧ୍ୟାନ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ଝିଅ ମାନେ ଅଧିକ ମାତ୍ରାରେ ଶିକ୍ଷାକୁ ବ୍ରତ ଭାବେ ଗ୍ରହଣ କରିବା ସହ ଉଚ୍ଚ ଶିକ୍ଷିତା ହେବା ଉଚିତ କାରଣ ପରିବାର ପାଇଁ ତାଙ୍କର ଗୁରୁ ଦାୟିତ୍ୱ ରହିଛି । ଏହି ଅବସରରେ କହିଥିଲେ “ମାଆ ହେଲେ ପାଠୋଇ, ଦେଶ ଯିବ ଆଗେଇ । ମହିଳା ବିକାଶରେ ଦେଶର ବିକାଶ। ଚାକିରୀ ମିଳୁ ବା ନମିଳୁ ମୋ ପରିବାରକୁ ମୁଁ ଆଗକୁ ବଢ଼େଇ ନେବି, ଏହି ଭାବନାରେ ବ୍ରତୀ ହେବା ପାଇଁ ପିଲାମାନଙ୍କୁ ପ୍ରେରଣାଦାୟୀ ଉପଦେଶ ଦେଇଥିଲେ।  ସେହିପରି ସର୍ବାଙ୍ଗୀନ ଶିକ୍ଷା ଉପରେ ଗୁରୁତ୍ୱାରୋପ କରି ପିଲାମାନଙ୍କୁ ସେହିପରି ଶିକ୍ଷାଦାନ କରିବା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଯଦ୍ୱାର ଆମର ଭବିଷ୍ୟତ ପିଢ଼ି ଆହୁରି ସମୃଦ୍ଧ ଓ ଶକ୍ତିଶାଳି ହେବ ବୋଲି କହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଛନ୍ତି । ସେଠାରୁ ରାଷ୍ଟ୍ରପତି ରାଇରଙ୍ଗପୁର ସ୍ଥିତ ପୁଣ୍ୟେଶ୍ୱର ମହାଦେବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ପରିସର ମାର୍ଜଣା  କରିଛନ୍ତି । ଏହାସହ ବ୍ରହ୍ମ କୁମାରୀ ଆଶ୍ରମ ପରିଦର୍ଶନରେ ପ୍ରଜାପିତା ଅନୁଗାମୀମାନଙ୍କ ସହ ଭାବବିନିମୟ କରି ମହୁଲଡିହାସ୍ଥିତ ନିଜ ବାସଭବନରେ  ନିଜ ପରିବାର ବନ୍ଧୁପରିଜନ ମାନଙ୍କ ସହ ବୃତ୍ତଚିତ୍ର ଉତ୍ତୋଳନ କରିଛନ୍ତି ।
ଅପରାହ୍ନରେ କଚେରୀ ପଡ଼ିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଭାସୀ ମାଧ୍ୟମରେ ରାଇରଙ୍ଗପୁର ସ୍ଥିତ ଏମ୍.ଏସ୍.ସି.ବି ବିଶ୍ଵବିଦ୍ୟାଳୟର ସୂଚନା ପ୍ରଯୁକ୍ତିବିଦ୍ୟା ପରିସର ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଶିକ୍ଷା ପାଇଁ ପଥ ପ୍ରଶସ୍ଥ କରିଛନ୍ତି । ସେହିପରି ମୟୁରଭଞ୍ଜ ଜିଲ୍ଲାର ବିକାଶ ପାଇଁ ପାଞ୍ଚଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମୁର୍ଗାଘୁଟୁ ଠାରେ ଆୟୁର୍ବେଦ/ଆୟୁଷ ଚିକିତ୍ସାଳୟ ତଥା ଆୟୁର୍ବେଦିକ ମହାବିଦ୍ୟାଳୟ ନିର୍ମାଣ, ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ପରିସର, ଧନୁର୍ବିଦ୍ୟା କେନ୍ଦ୍ର, ରାଇରଙ୍ଗପୁର ସହର ସୌନ୍ଦର୍ଯ୍ୟକରଣ ଓ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ ଭିତ୍ତିଭୂମି ନିର୍ମାଣ, ରାଇରଙ୍ଗପୁର ପୌର ପାଳିକାର ସଭା ଗୃହ ତଥା ସାଂସ୍କୃତିକ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅନୁରୂପ ଭାବେ ରାଇରଙ୍ଗପୁର ଠରେ ଜାତୀୟ ତାପଜ ବିଦ୍ୟୁତ ନିଗମ ଲିଃ ପକ୍ଷରୁ ନିର୍ମାଣ ହେବାକୁ ଥିବା  ସଭାଗୃହ ତଥା ସାଂସ୍କୃତିକ କେନ୍ଦ୍ର, ଜାତୀୟ ଜଳବିଦ୍ୟୁତ ଶକ୍ତି ନିଗମ(NHPC) ପକ୍ଷରୁ ଡାଳରଙ୍ଗପୁର ମହିଳା ମହାବିଦ୍ୟାଳୟରେ ୩୬0 ଶଯ୍ୟା ବିଶିଷ୍ଟ ମହିଳା ଛାତ୍ରୀନିବାସ ଏବଂ ଆଇ.ଆଇ.ଏଫ.ସି.ଏଲ୍ ପକ୍ଷରୁ ବିକେ ନିଶାମୁକ୍ତି ଓ ନାରୀ ସଶକ୍ତ କେନ୍ଦ୍ର ପାଇଁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କର୍ପୋରେଟ ସାମାଜିକ ଦାୟିତ୍ୱ ବୋଧ (CSR) କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ ଦ୍ଵାରା ଲୋକମାନେ ଉପକୃତ ହେବେ ବୋଲି ମାନନୀୟ ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଅଞ୍ଚଳରେ ବିକାଶ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେବ । ବିଶେଷକରି ଶିକ୍ଷାକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ଏହା ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ପ୍ରାକୃତିକ ପରିବେଶର ଗନ୍ତାଘର ଏହି ଜିଲ୍ଲାରେ ଆୟୁର୍ବେଦ/ଆୟୁଷ ଚିକିତ୍ସାଳୟ ତଥା ଆୟୁର୍ବେଦିକ ମହାବିଦ୍ୟାଳୟ ନିର୍ମାଣ ନିର୍ମାଣ ହେଲେ ଏହା ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଅଧିକ ସମୃଦ୍ଧ କରିବା ବୋଲି କହିଛନ୍ତି । ସେହିପରି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,   ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗମ, ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର  ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମାନ୍ୟବର ସାଂସଦ, ରାଜ୍ୟସଭା, ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବ ଚରଣ ମାଝୀ,  ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା, ରାଷ୍ଟ୍ରପତି ଭବନର ବରିଷ୍ଠ ଅଧିକାରୀ, ରାଜ୍ୟପାଳଙ୍କ ଲୋକ ସେବା ଭବନର ବିଭିନ୍ନ ବରିଷ୍ଠ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦାଧିକାରୀ, କେନ୍ଦ୍ରାଞ୍ଚଳ ଆର ଡି ସି  ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ସ୍ୱାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଆଶ୍ଵସ୍ତି ଏସ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଅତିରିକ୍ତ ଡିଜିପି ଦୟାଲ ଗଙ୍ଗୱାର, ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସ ପ୍ରବୀନ କୁମାର, ଡି ଆଇ ଜି ଶ୍ରୀ ପିନାକ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲୀ, ସମସ୍ତ ଅତିରିକ୍ତ ଜିଲ୍ଲାପାଳ,  ବୃନ୍ଦ, ମୁଖ୍ୟ ଉନ୍ନୟନ ଅଧକାରୀ ଉପଜିଲ୍ଲାପାଳ ବାରିପଦା, ରାଇରଙ୍ଗପୁର ଓ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Shrutilipi ad