ବାରିପଦା: ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ଓ ଆଇନ୍ ର ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ସ୍କିମ ଓରକର ଯଥା ଅଙ୍ଗନବାଡି, ଆଶା, ପାଚିକା ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା, ମାସିକ ୨୮ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ଲାଗୁ, ରାଜ୍ୟରେ ୧୦ ଘଣ୍ଟିଆ ଶ୍ରମ ଦିବସ ଓ ମହିଳାମାନଙ୍କୁ ରାତ୍ରୀକାଳୀନ କାର୍ଯ୍ୟାଦେଶ ବାତିଲ୍, କୃଷି ଜାତ ଦ୍ରବ୍ୟ ବିକ୍ରି MSP ପାଇଁ ଆଇନ୍ ପ୍ରଣୟନ କରିବା, ସରକାରୀ ଧାନ ମଣ୍ଡିରେ ଅବ୍ୟବସ୍ଥା, ପୁରୁଣା ପେନସନ ଯୋଜନା ପ୍ରଚଳନ, ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା,ଭି ବି ଜି ରାମ୍ ଜି ଆଇନ୍-୨୦୨୫ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ ଶକ୍ତି ନୀତି – ୨୦୨୫ ବାତିଲ୍ ସହ ଅନ୍ୟାନ୍ୟ ନ୍ୟାୟଚିତୋ ଦାବିରେ ଆସନ୍ତା ୧୨ ରେ ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ସର୍ବଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ପାଇଁ ଆଜି ଯଶିପୁର ମୁଖ୍ୟ ବଜାର ଓ ବସଷ୍ଟାଣ୍ଡ ଠାରେ ଏଆଇୟୁଟିୟୁସି ର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ସାଥୀ ଶମ୍ଭୁନାଥ ନାଏକ, ଏଆଇଟିୟୁସି ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର,ଆଇଏନଟିୟୁସି ଜିଲ୍ଲା ସଭାପତି ଭୁବନ ବିହାରୀ ସାହୁ ମିଳିତ ଭାବେ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଆସନ୍ତା ଧର୍ମଘଟକୁ ସଫଳ କରିବାକୁ ନିବେଦନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଏଆଇୟୁଟିୟୁସି ପକ୍ଷରୁ ସାଥୀ ଲଳିତ କୁମାର ମହାନ୍ତ, ନୀଳାମ୍ବର ନାଏକ,ମିଲନ କୁମାର ମହାନ୍ତ, ସନ୍ୟାସୀ ନାଏକ, ସୁନା ହୋ, ବାସୁଦେବ ନାଏକ, ଡମ୍ବରୁଧର ପାତ୍ର, ମହେଶ୍ୱର ମହାନ୍ତ, ମନୋଜ କୁମାର ମହାନ୍ତ, ଜଗବନ୍ଧୁ ମଲ୍ଲିକ,ଆଇଏନଟିୟୁସି ପକ୍ଷରୁ ହରେକୃଷ୍ଣ ମହାନ୍ତ, ସୁବାସ ଶଖିଆଳ, ଲାଲମୋହନ ମହାନ୍ତ, ମହେନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ।

