ନିଷ୍ପେଷିତ ଠିକାଦାରଙ୍କୁ ସମାନ ଅଧିକାର ପ୍ରଦାନ ନେଇ ଗଠନ ହେବ ଭଞ୍ଜସେନା ଜିଲ୍ଲା ଠିକାଦାର ଶାଖା

ରାଜ୍ୟ
ବାରିପଦା : ସବୁ କିଛି ସମ୍ଭାର ଥାଇ ମଧ୍ଯ ଜିଲ୍ଲାରେ ନିଯୁକ୍ତି ର କୌଣସି ସୁଯୋଗ ସମ୍ଭାବନା ନଥିବା ଯୋଗୁଁ ଜିଲ୍ଲାର ଯୁବସମାଜ ଆଜି ବିଷାଦଗ୍ରସ୍ତ |କିଛି ଜଣ ଜିଲ୍ଲା ମଧ୍ୟରେ ରହି ରୋଜଗାର ପାଇଁ ଦିନରାତି ପରିଶ୍ରମ କରୁଥିବା ବେଳେ ଆଉ ବହୁ ବେରୋଜଗାର ରୋଜଗାର ଆଶାରେ ବାହାର ଜିଲ୍ଲା ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି | ତାହାକୁ ଦୃଷ୍ଟିରେ ରଖି ଭଞ୍ଜସେନା ପକ୍ଷରୁ କୃଷକ  ମାନଙ୍କର ସମସ୍ୟା ସମାଧାନ ସହିତ”ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ର ଗନ୍ତାଘର ମୟୁରଭଞ୍ଜ ରେ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ସହିତ ଐତିହ୍ୟ ସ୍ଥଳୀ ଗୁଡିକର ପୁନରୁଦ୍ଧାର ଏବଂ ଜିଲ୍ଲାରେ ଥିବା ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ କୁ ନେଇ କୁଟୀର ଶିଳ୍ପ ପ୍ରତିଷ୍ଠା ” କରି ତାହାରି ମାଧ୍ୟମରେ ଜିଲ୍ଲାରେ ଥିବା ଲକ୍ଷ ଲକ୍ଷ୍ୟ ବେରୋଜଗାର ମାନଙ୍କୁ ରୋଜଗାରକ୍ଷମ କରିବା ନେଇ ଆମ୍ଭ ସଂଗଠନ ପକ୍ଷରୁ ଆମ୍ଭର ପ୍ରଚେଷ୍ଟା ଜାରିରଖିଛୁ,ଆଗାମୀ ଦିନରେ ଏହି ସଂଗ୍ରାମ ଆହୁରି ଜୋରଦାର ହେବ |
                ବର୍ତ୍ତମାନ ର ସମୟରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହଜାର ହଜାର ଶିକ୍ଷିତ ପିଲା ରୋଜଗାରର ଆଶାରେ ଠିକାଦାର କାର୍ଯ୍ୟ ପ୍ରତି ଆକର୍ଷିତ ହୋଇ କିଛି ଅର୍ଥ ଖର୍ଚ୍ଚ କରି ଲାଇସେନ୍ସ ପ୍ରାପ୍ତ କରି କାର୍ଯ୍ୟ କରିବାକୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କର ରାସ୍ତାରେ କଣ୍ଟା ହୋଇ ବସିଛନ୍ତି ସେହି ବ୍ୟବସାୟ ର ସମଗ୍ର ଜିଲ୍ଲାର ହାତଗଣତି ସର୍ବଗିଳା ବଡ଼ ବଡ଼ ଲାଇସେନ୍ସ ଧାରୀ ଠିକାଦାର ମାନେ ,ଯୋଉମାନେ କି ଛୋଟ ଛୋଟ କାମରୁ ସର୍ବାଧିକ ଟଙ୍କା ର କାର୍ଯ୍ୟକୁ ନିଜ ଲାଇସେନ୍ସ ବାଦ ନିଜ ପାଖାପାଖି ରଖିଥିବା ଜଣେ ଦୁଇଜଣ ଛୋଟ ଲାଇସେନ୍ସ ରେ ବହୁ ବିଭାଗୀୟ କାର୍ଯ୍ୟା(F2) ଗୁଡ଼ିକୁ ମଧ୍ଯ ହାତେଇ ନେଉଛନ୍ତି ଯାହାଫଳରେ ରୋଜଗାର ଆଶାରେ ଥିବା “C” ଓ “D” ଶ୍ରେଣୀ ଲାଇସେନ୍ସଧାରୀ ମାନେ ନିରାଶାରେ ଦିନ ଅତିବାହିତ କରୁଛନ୍ତି ପୁଣି ଜିଲ୍ଲାରେ ଅଳ୍ପ କିଛି ଜଣ “A” ଓ “B” ଶ୍ରେଣୀ ଲାଇସେନ୍ସଧାରୀ ମାନଙ୍କୁ ଛାଡିଦେଲେ  ସେହି ଶ୍ରେଣୀର ଆହୁରି ବହୁ ଲାଇସେନ୍ସଧାରୀ ମାନେ କୌଣସି କାର୍ଯ୍ୟ ନପାଇ ହତାଶ ହୋଇପଡିଲେଣି |ଆଉ ଡିଗ୍ରୀ ଓ ଡିପ୍ଲୋମା
ଲାଇସେନ୍ସଧାରୀ ମାନେ ସରକାରୀ ନିୟମ ଅନୁଯାୟୀ ତାଙ୍କ ନିମନ୍ତେ ଉଦିଷ୍ଟ କାର୍ଯ୍ୟ ପାଇପାରୁନାହାନ୍ତି କେବଳ ଅତି ବଡ଼ ବଡ଼ ଠିକାଦାରଙ୍କ ସହ ଜଡିତ ଥିବା ଅଳ୍ପ କିଛି ଲାଇସେନ୍ସଧାରୀ କାର୍ଯ୍ୟ ପାଇପାରୁଛନ୍ତି | ଦେଖିବାକୁ ଗଲେ ଜିଲ୍ଲାର ଶତକଡା ଶହେ ଭାଗରୁ ୧୦ ଭାଗ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବା ବେଳେ ୯୦ ଭାଗ ଠିକାଦାର ମାନେ କାମଧନ୍ଦା ନପାଇ ଅତି ଦୟନୀୟ ଅବସ୍ଥାରେ ଦିନ ଅତିବାହିତ କରୁଛନ୍ତି |
           ବେକାରୀମୁକ୍ତ ମୟୁରଭଞ୍ଜ ଗଠନ ର ସ୍ଵପ୍ନ ନେଇ ପ୍ରଚେଷ୍ଟା ଚଳାଇଥିବା ବେଳେ ସଂଗଠନ ପକ୍ଷରୁ ଜିଲ୍ଲାରେ ନିଷ୍ପେଷିତ/ଅବହେଳିତ ଠିକାଦାର ମାନଙ୍କୁ ମଧ୍ୟ ସମାନ ଅଧିକାର ଓ ପ୍ରାପ୍ୟ ହକ୍ ପ୍ରଦାନ କରିବା ନେଇ  “ଭଞ୍ଜସେନା ଜିଲ୍ଲା ଠିକାଦାର ଶାଖା” ଗଠିତ ହେବ ବୋଲି ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ସୂଚନା ପ୍ରଦାନ କରିଥିବାବେଳେ ଯଥାଶୀଘ୍ର ଏନେଇ ଏକ ମିଟିଂ ସହିତ ଦାୟିତ୍ବବାନ ଲାଇସେନ୍ସଧାରୀ ଠିକାଦାର ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ଏବଂ ଏହାର କାର୍ଯ୍ୟପନ୍ଥା ଆଗାମୀ ଦିନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯିବ ବୋଲି ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି |
Shrutilipi ad