Judgement 1 e1765031965819 300x157

ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବସରପ୍ରାପ୍ତ ପୋଲିସ ଅଧିକାରୀ

ରାଜ୍ୟ

ବାରିପଦା:  ଆଜି ଏକ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ର ମାନ୍ୟବର ବିଚାରପତି ପୂର୍ଣ୍ଣିମା ଜେନା  ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଧିନରେ ଥିବା ଝରାଡ଼ି ଫାଣ୍ଡି ର ଅବସରପ୍ରାପ୍ତ ପୋଲିସ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ସତ୍ୟବାନ ଗିରି ଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା ରେ ଦଣ୍ଡିତ କରିଛିନ୍ତି l ପ୍ରକାଶ ଥାଉକି ସତ୍ୟବାନ ଗିରି ଜଣେ ମଦ ଦୋକାନୀ କୁ ସବୁବେଳେ ନାନାଦି ଧମକ ଚମକ ଦେବା ସହ ଟଙ୍କା ଆଦାୟ କରୁଥିଲେ l 28-1-2021 ରିଖ ଦିନ ଉକ୍ତ ମଦ ବେପାରୀ ଠାରୁ 9000 (ନଅ ହଜାର) ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ର ଏକ ଟିମ ତାଙ୍କୁ ରଙ୍ଗେ ହାତ ଧରିଥିଲେ l ଏ ବାବଦରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ବର 4/27-01-2021 ରେ ଏକ ମାମଲା ରୁଜୁ କିରାଯାଇଥିଲା l ଆଜି  ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣ ପତ୍ର କୁ ଭିତ୍ତି କରି ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ତାଙ୍କ ପେନସନ ବନ୍ଦ ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଅଛି l ଉକ୍ତ କେସକୁ ଭିଜିଲାନ୍ସ ଓକିଲ ଶାନ୍ତନୁ କୁମାର ଦାସ ପରିଚାଳନା କରୁଥିଲେ l

Shrutilipi ad