ବାରିପଦା : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସର ରେ ବାରିପଦା ଗାନ୍ଧୀପାର୍କ ଠାରେ ଉତ୍କଳ ସର୍ବୋଦୟ ମଣ୍ଡଳ ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ 78 ତମ ବଳିଦାନ ଦିବସ ପାଳିତ ହୋଇଯାଇଛି. ଉତ୍କଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଦିବସ ପାଳନରେ ବିଶିଷ୍ଟ ଗାନ୍ଧିବାଦୀ ଶରତ ଚନ୍ଦ୍ର ନାୟକ, ଚିତ୍ତ ରଞ୍ଜନ ଦାସ, ଦୀପକ କୁମାର ନାୟକ, ଦିଲ୍ଲୀପ ପତ୍ର, ସାରଦା ପ୍ରସାଦ ବାରିକ, ମାନସ ପାତ୍ର, ଜୟ ବୋଷ, ସୟେଦ ସିରାଜୁଦ୍ଦିନ, ମେଘାଘଂଶୁ ଗୋସ୍ୱାମୀ, ସମିତ ଭଞ୍ଜ, ହିରାଲାଲ ଘାଣ୍ଟିଆଳୀ, କ୍ରିଷ୍ଣା ଦାସ, ଅଙ୍କିତ ମୁଖି ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସର୍ବଧର୍ମ ପ୍ରାର୍ଥନା କରିଥିଲେ. ଏହି ଅବସର ରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା.

