ବାରିପଦା : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନ ୧୧ ଘଟିକା ସମୟ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଶହୀଦ ଦିବସ -୨୦୨୬ ପାଳିତ ହୋଇଯାଇଛି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ତଥା ଭାରତର ସ୍ୱାଧୀନତା ପାଇଁ ଯେଉଁ ମହାମନୀଷୀ ଗଣ ଦେଶମାତୃକା ପାଇଁ ତା’ଙ୍କ ପ୍ରାଣବଳି ଦେଇଥିଲେ ସେମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରିପ୍ରେକ୍ଷୀରେ ପ୍ରତି ବର୍ଷ ଜାନୁଆରୀ ୩୦ ତାରିଖ କୁ ଶହୀଦ ଦିବସ ଭାବେ ପାଳନ ହୋଇଥାଏ. ଏହି ଅବସରରେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ନୀରବ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଦେଶ ପାଇଁ ପ୍ରାଣବଳି ଦେଇ ଶହୀଦ ହୋଇଥିବା ମହାମନୀଷୀ ବୀର ମହାପୁରୁଷ ମାନଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ “ଦୁଇ ମିନିଟ ନୀରବ ପ୍ରାର୍ଥନା ” କରାଯାଇଥିଲା.ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ତହସିଲଦାର ଶ୍ରୀ ସପନ କୁମାର ସାହୁ ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଉପବିଭାଗର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ନୀରବ ପ୍ରାର୍ଥନାରେ ଅଂଶ ଗ୍ରହଣ କରିଥିଲେ.
କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ ଏବଂ ଉକ୍ତ କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ସହକାରୀ ଶ୍ରୀ ଲଳିତ ରଞ୍ଜନ ନାଏକ ଓ କର୍ମଚାରୀ ଲିଜ଼ତ ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ l

