ବାରିପଦା : ଉତ୍ତରପ୍ରଦେଶର ବନାରସ ଠାରେ ଅନୁଷ୍ଠିତ ୭୨ ତମ ଜାତୀୟ ଭଲିବଲ ଚାମ୍ପିୟନସିପ ଅବସରରେ ବାରିପଦାର ଭଲିବଲ କୋଚ ମନୋରଞ୍ଜନ ଜୀଉ ( ଗାନ୍ଧୀ ଭାଇ ) ସମ୍ବର୍ଦ୍ଧିତ ହୋଇଛନ୍ତି I ଏହି ଚାମ୍ପିୟନସିପରେ ଓଡିଶା ଭଲିବଲ ଦଳର କୋଚ ତଥା ଓଡିଶା ଭଲିବଲ ଏସୋସିଏସନର ଉପ ସଭାପତିଙ୍କ ନେତୃତ୍ୱରେ ଓଡିଶା ଦଳ ଆନ୍ଧ୍ରପ୍ରଦେଶ, ବିହାର, ତେଲେଙ୍ଗାନା କୁ ପରାସ୍ତ କରିଥିଲା I ଏହି ଅବସରରେ ଶ୍ରୀ ଜୀଉ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ନିକଟ ଅତୀତରେ ପାଇକସାହି ସ୍ଥିତ ରଂଜିତ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଭଲିବଲ ଚାମ୍ପିୟନସିପ ଅବସରରେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I ପ୍ରକାଶ ଥାଉକି ଶ୍ରୀ ଜୀଉ ଙ୍କ ଠାରୁ ପ୍ରଶିକ୍ଷଣ ପାଇ ବହୁ ଖେଳାଳି ରାଜ୍ୟ ଏବଂ ଜାତୀୟ ସ୍ତରରେ ସଫଳତା ହାସଲ କରି ଜିଲ୍ଲା ପାଇଁ ସୁନାମ ଆଣିବା ସହ ବହୁ ପଦପଦବୀରେ ପ୍ରତିଷ୍ଠିତ ହୋଇପାରିଛନ୍ତି I ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଭଲିବଲ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I

