ବାରିପଦା : ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ କୁ ଦଫା 376 ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 323 ଏବଂ 341 ରେ ଯଥାକ୍ରମେ ଏକ ବର୍ଷ ସଶ୍ରମ କରାଦଣ୍ଡ ଏବଂ ଏକ ମାସ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ତିଳପୋଷି ଗ୍ରାମର ଯୀଶୁ ଏଲିଏସ ଯୀଶୁନାଥ ହେମ୍ବ୍ରମ (38) l ଏଥି ସହିତ ଆଦାୟ ଜୋରିମାନା ଅର୍ଥ ପୀଡିତା କୁ ପୈଠ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଗତ 2022 ସେପ୍ଟେମ୍ବର 2 ତାରିଖ ସନ୍ଧ୍ୟା ପାଖା ପାଖି 7 ଟା ସମୟରେ ପୀଡିତା ନିଜ ଗ୍ରାମର ଜଣଙ୍କ ଘରୁ ଦଶାହ କର୍ମ ରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ଯୀଶୁ ବାଟରେ ତାଙ୍କୁ ଏକୁଟିଆ ପାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା l ଏଥି ସହିତ ପୀଡିତା କୁ ପିଟାମରା ମଧ୍ଯ କରିଥିଲା l ପୀଡିତା ସେଠାରୁ କୌଣସି ପ୍ରକାରେ ମୁକୁଳି ଆସି ଘରେ ପହଞ୍ଚିବା ପରେ ତହିଁ ପରଦିନ ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ l ଏ ବାବଦରେ ପୀଡ଼ିତା ଙ୍କ ଅଭିଯୋଗ କ୍ରମେ ମୋରଡା ଥାନାରେ କେସ ନମ୍ବର 235/8-9-2022 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 7 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l

