IMG 20260127 WA0043

 ରକ୍ତଦାନ ଶିବିର ;25 ୟୁନିଟ ରକ୍ତ ସଂଗୃହୀତ

ରାଜ୍ୟ
ବାରିପଦା: ବାରିପଦା ସ୍ଥିତ ରକ୍ତଭଣ୍ଡାର ଠାରେ ଭାରତୀୟ ରେଡକ୍ରସ ସୋସାଇଟିର ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ଅଧ୍ୟକ୍ଷ ତଥା ଜିଲ୍ଲାପାଳ ହେମକାନ୍ତ ସୟ ଙ୍କ ତତ୍ୱlବଧାନରେ ଆୟୋଜିତ ଶିବିରକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଭାରତୀୟ ରେଡକ୍ରସ ସୋସାଇଟିର ମୟୁରଭଞ୍ଜ ଜିଲ୍ଲା ଶାଖା ସମ୍ପାଦକ ଶ୍ରଦ୍ଧା ସୁମନ, କାର୍ଯ୍ୟକାରୀ ସଦସ୍ୟ ଅମର କୁମାର ସେଠି, ଆଜୀବନ ସଦସ୍ୟ ଅସୀମ କୁମାର ଚକ୍ରବର୍ତ୍ତି ଓ ଜୁନିଅର ରେଡ଼କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ପ୍ରମୁଖ   ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ଅଭାବ ଜନିତ ସମସ୍ୟାକୁ ଦୁରୀଭୂତ କରିବା ପାଇଁ ଗଣତନ୍ତ୍ର ଦିବସରେ ଏହିଭଳି ମହତ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ। ରକ୍ତଦାନ ଶିବିରରେ ମୋଟ ୨୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ଜରୁରୀ କାଳୀନ ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ଶତପଥୀ, ରବୀନ୍ଦ୍ର ନାଥ ଦାଶ, ଅମୃତା ଶତପଥୀ ପ୍ରମୁଖ ଉକ୍ତ ଶିବିରକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କିଚକ ବେହେରା, ସଞ୍ଜୀବ ମହାନ୍ତି, ଦେବାଶିଷ ଗୁପ୍ତା ପ୍ରମୁଖ ଙ୍କ ସମେତ ରକ୍ତଭଣ୍ଡାର କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Shrutilipi ad