ବାରିପଦା : ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାପାଳ ଏକାଦଶ ଓ ଏସ ପି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଏହି ମ୍ୟାଚରେ ଜିଲ୍ଲାପାଳ ଏକାଦଶ ୬ ଉଇକେଟରେ ଏସ ପି ଏକାଦଶକୁ ପରାସ୍ତ କରି ବିଜୟୀ ହୋଇଥିଲେ I ପ୍ରଥମେ ବ୍ୟାଟିଂ କରି ଏସ ପି ଏକାଦଶ ୧୫ ଓଭରରେ ୯ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ସୁଜିତ କୁମାର ବେହେରା ୫୪, ହିତାଂଶୁ ହିଲାଲ ଦାସ ୨୮, ପ୍ରମୋଦ କୁମାର ବେହେରା ୨୬ ଓ ସୁଶୀଲ ମାଝୀ ୨୩ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଆଦିତ୍ୟ ବସା ୪ଟି, ଏ ଡି ଏମ ନେତ୍ରାନନ୍ଦ ମଲ୍ଲିକ ୨ଟି ଓ ସତ୍ୟବ୍ରତ ଦାସ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଜିଲ୍ଲାପାଳ ଏକାଦଶ ୪ ଉଇକେଟ ହରାଇ ୧୬୧ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ଆଦିତ୍ୟ ବସା ୬୧, ପ୍ରଭାକର ମହଲା ୩୭ ଓ ଚକ୍ରଧର ସେଠି ୨୪ ରନ ସଂଗ୍ରହ କରିଥିବା ବେଳେ ହିତାଂଶୁ ହିଲାଲ ଦାସ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ସହାୟତା ପ୍ରଦାନ କରିଥିଲେ I ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, କୁମାର ରଞ୍ଜନ ପଣ୍ଡା ଓ ସୋମନାଥ ସିଂହ ବିଭିନ୍ନ ଭାଷାରେ ଧାରବିବାରଣୀ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ତହସିଲଦାର ସପନ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବାରିପଦା ସଦର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁଣ୍ଡୁୟା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଅମର କୁମାର ସେଠୀ, ଅଶୋକ ପଟ୍ଟନାୟକ, ଅମ୍ବିକା ରାଉତ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ I ସେହିପରି ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ ଟୁର୍ଣ୍ଣାମେଣ୍ଟ ସାଧାରଣତନ୍ତ୍ର ଦିବସ ଅବସରରେ ରିଜର୍ଭ ପୋଲିସ ପଡିଆରେ କିଚକେଶ୍ଵରୀ ଭଲିବଲ ଏକାଡେମୀ ଓ ପୋଲିସ ଆର ଆଇ ଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ଆଜାଦ କ୍ଲବ, ବେଲଗଡ଼ିଆ, ବଡ଼ବ୍ରାହ୍ମଣମରା ଟିମ ସମେତ ମୋଟ ୪ଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚରେ ପୋଲିସ ଟିମ ୩ – ୨ ସେଟରେ ମା କିଚକେଶ୍ଵରୀ ଭଲିବଲ ଏକାଡେମୀକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲେ I ରାଜେଶ ଦାସ, ସ୍ନେହାଶିଷ ମହାନ୍ତି, ଗୌରାଙ୍ଗ ମହାନ୍ତ ଓ ମନୋରଞ୍ଜନ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ଦୀପକ ମୁଣ୍ଡା, ଚନ୍ଦ୍ରମୋହନ ଦଳେଇ ଓ ରାଜେନ୍ଦ୍ର ନାଥ ନାୟକ ସ୍କୋରିଙ୍ଗରେ ସାହାଯ୍ୟ କରିଥିଲେ I ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ତହସିଲଦାର ସପନ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଡଃ ସୁଭାଶିଷ ନାୟକ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସଂପାଦକ ଅଶୋକ ପଟ୍ଟନାୟକ, ଅମର କୁମାର ସେଠି, ଅମ୍ବିକା ରାଉତ, ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରା, ହାବିଲଦାର ଓ କନେଷ୍ଟବଳ ସଙ୍ଘ ସମ୍ପାଦକ ସ୍ୱରାଜ କୁମାର ରାଜ, ବରିଷ୍ଠ କ୍ରୀଡ଼ାବିତ, ମଣ୍ଟୁ ଦା, କୈଳାସ ଚନ୍ଦ୍ର ବେହେରା, ବିଶ୍ୱଜିତ ନାୟକ, ପ୍ରଭାସ ସାହୁ, ରୁନା ପାଲବାବୁ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ I ଶ୍ରେଷ୍ଠ ଖେଳାଳି ଭାବେ ସଞ୍ଜୟ ମହାନ୍ତ, ଓମ ପ୍ରକାଶ ମହାନ୍ତ, ସମୀର କୁମାର ଦେଓ, ଯୋଗା ଜେନା ପିନାକୀ ପୁରସ୍କୃତ ହୋଇଥିଲେ I ସୋମନାଥ ସିଂହ, କୋଚ ମନୋରଞ୍ଜନ ଜୀଉ, ଭାନୁପ୍ରତାପ ଭଞ୍ଜଦେଓ ଓ ଶାନ୍ତିଲତା ଜୀଉ ଓ ଦିବ୍ୟଜିତ ଜୀଉ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

