IMG 20260125 WA0202

ମୟୁରଭଞ୍ଜ ମାଟିର ଗୌରବ ଦ୍ଵିଗୁଣିତ କଲେ ସାନ୍ତାଳୀ ସାରସ୍ବତ ସାଧକ ଚରଣ ହେମ୍ବ୍ରମ

ରାଜ୍ୟ
  • ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପାଇଁ ମନୋନୀତ
ବାରିପଦା: ଆଦିବାସୀ ସାନ୍ତାଳୀ ଭାଷାର ପ୍ରଚାର , ପ୍ରସାର, ସମାଜ ସଂସ୍କାର, ସଂସ୍କୃତି ଉଜ୍ଜୀବୀତ କରିବା ଆଜୀବନ ସାଧନା ନେଇ ରାଇରଙ୍ଗଗପୁର ମାଟିର ସୁଯୋଗ୍ୟ ସନ୍ତାନ ଚରଣ ହେମ୍ବ୍ରମ (୭୫) ଙ୍କୁ  ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଉପାଧୀ ପାଇଁ ମନୋନୀତ କରାଯାଇଛି ।ଚରଣ ହେମ୍ବ୍ରମ ଜଣେ ଅମାୟିକ,ସରଳ,ଶାନ୍ତଶିଷ୍ଟ , ହସ ହସ ମୁଖ, ସାରସ୍ବତ ସାଧକ, ସମାଜରେ ଡାହାଣୀ ଅନ୍ଧ ଵିଶ୍ବାସକୁ ଦୂର ପାଇଁ ସାଧାରଣରେ ଜନସଚେତନତା ସୃଷ୍ଟି କରିବା, ବିଭିନ୍ନ ସାନ୍ତାଳୀ ସଂଗଠନର ସଦସ୍ୟ, ସାନ୍ତାଳୀ ସଂସ୍କୃତିକୁ ଲୋକଲୋଚନକୁ ଆଣିବା, ବହୁ ସାନ୍ତାଳୀ କବିତା, ବହୁ ଗୀତ ସଙ୍କଳନ କରିଛନ୍ତି । ରାଇରଙ୍ଗପୁର ବ୍ଳକର ବହଳଦା ପଞ୍ଚାୟତର ନୂଆଗାଁ ନିବାସୀ  ସ୍ବର୍ଗତ ଶାଙ୍କ ହେମ୍ବ୍ରମ ଙ୍କ ସୁପୁତ୍ର ଚରଣ ହେମ୍ବ୍ରମ 09/02/1952 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୧ ମସିହାରେ ମେଟ୍ରିକ୍ ପାସ୍ କରିଥିଲେ।ପିଲାଟିଦିନରୁ ସାନ୍ତାଳୀ ଭାଷା , ସବୁପ୍ରକାର ପାଇଁ ସେ ସର୍ବଦା ଚେଷ୍ଟା କରୁଥିଲେ ।ବହୁ ଅନୁଷ୍ଠାନରୁ  ସେ ପୁରସ୍କୃତ ହୋଇଛନ୍ତି ।ଆଜୀବନ ସାରସ୍ବତ ସାଧକ ଚରଣ ହେମ୍ବମଙ୍କୁ ଭାରତ ସରକାରଙ୍କ ତରଫରୁ ସମସ୍ତ ନିୟମ ଅନୁଯାୟୀଓ ବିଚାରକୁ ନେଇ ତାଙ୍କୁ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ପାଇଁ ମନୋନୀତ କରାଯାଇଛି ।ପଦ୍ମଶ୍ରୀ ଉପାଧୀ ପାଇଁ ତାଙ୍କୁ ମନୋନୀତ ଖବର ଆଜି ପ୍ରଚାର ହେବା ପରେ ପ୍ରଶଂସାର ସୁଅ ତାଙ୍କ ପାଖକୁ ଛୁଟୁଛି ।ବିଭିନ୍ନ‌ ସଂଗଠନର ସଦସ୍ୟ,ଶୁଭେଛୁ,ଆତ୍ମୀୟ ମାନେ ତାଙ୍କ ବାସଭବନକୁ ଯାଇ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଛନ୍ତି ।
Shrutilipi ad