IMG 20260124 WA0211

ବ୍ରାଉନସୁଗାର ଜବତ, ଦୁଇ ଗିରଫ

ରାଜ୍ୟ
ବାରିପଦା: ନିଶା କବଳରେ ବରିପଦା ସହର। ବିଶେଷ ଭାବେ ନିଶା କବଳରେ କବଳିତ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି ଯୁବ ସମାଜ। ଯାହାର ନଗ୍ନ ଉଦାହରଣ ସ୍ବରୂପ ଶୁକ୍ରବାର ବାରିପଦା ସହରର ପେଣ୍ଠସ୍ଥଳୀରୁ ବ୍ରାଉନ ସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ।
  ସୂଚନା ଅନୁସାରେ ଶୁକ୍ରବାର ଦିନ ବାରିପଦା ଟାଉନ ଥାନା ପକ୍ଷରୁ ସ୍ଥାନୀୟ ଷ୍ଟେସନ ବଜାର ସ୍ଥିତ ଆଶୀର୍ବାଦ ଛକ ନିକଟରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା। ତେବେ ସ୍ଥାନୀୟ ହାଟ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋରେ ବେଆୀୁନ ଭାବେ ବ୍ରାଉନ ସୁଗାର ଚାଲାଣ ହେଉଥିଵା ନେଇ ବିଶ୍ବସ୍ଥ ସୂତ୍ରରୁ ଖବର ପାଇଥିଲା ପୋଲିସ। ଖବର ମୁତାବକ ହାଟ ନିକଟରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଏକ ଯାତ୍ରୀବାହୀ ଅଟୋ (ଓଡି ୧୧ ୪୧୪୭) ରୁ ବ୍ରାଉନ ସୁଗାର ଜବତ କରିଛି ପୋଲିସ। ଏଥି ସହିତ ଉକ୍ତ ଗାଡିର ଡ୍ରାଇଭର ସମେତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସ୍ଥାନୀୟ ଶୂନଗଡିଆ ଅଞ୍ଚଳର ସୋନୁ ମୁଖି (୩୦) ଓ ତକତପୁର ଅଞ୍ଚଳର ପ୍ରଭାସ କୁମାର ପତି (୫୦)। ଜବତ ହୋଇଥିବା ବ୍ରାଉନ ସୁଗାର ର ଓଜନ ୧୬.୯୨ ଗ୍ରାମ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି। ଅଭିଯୁକ୍ତ ମାନଙ୍କ ଦ୍ବାରା ବ୍ୟବହୃତ ଏକ ଯାତ୍ରୀବାହି ଅଟୋ ୨ଟି ମୋବାଇଲ ଏବଂ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଜବତ କରା ଯାଇଛି। ଏ ନେଇ ବାରିପଦା ଟାଉନ ଥାନା କେଶ ନମ୍ବର ୬୯/୨୬ ରେ ଏକା ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଚଢାଉ ସମୟରେ ବାରିପଦା ଟାଉନ ଥାନା ସବଇନ୍ସପେକ୍ଟର କ୍ରିଷାନ୍ତା ଟିଗ୍ଗାଙ୍କ ନେତୃତ୍ବରେ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।
Shrutilipi ad