IMG 20260124 WA0134

ଭଞ୍ଜସେନାର ପ୍ରତିଷ୍ଠା ଦିବସ ପାଳିତ

ରାଜ୍ୟ
 ବାରିପଦା : ମୟୁରଭଞ୍ଜ ଜିଲ୍ଲାର ଏକମାତ୍ର ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଜାନୁଆରୀ ୨୩ ତାରିଖ ଶୁକ୍ରବାର ମହାନ୍ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜନ୍ମ ଜୟନ୍ତୀ ଅବସରରେ ତଥା ଭଞ୍ଜସେନା ର 28 ତମ ପ୍ରତିଷ୍ଠା ଦିବସ ଅବସର ରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ତତ୍ୱାବଧାନ ରେ ଜିଲ୍ଲା ତମାମ ମନ୍ଦିର, ଜାହିରା ପୀଠ,ମସଜିଦ୍, ଗୀର୍ଜା ଓ ଅନ୍ୟାନ୍ୟ ଧାର୍ମିକ ପୀଠ ଗୁଡିକରେ ପୂଜାର୍ଚ୍ଚନା ସାରି ଜିଲ୍ଲାର ପ୍ରତ୍ୟେକ ଏରିଆରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ପି.ଆର.ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଜିଲ୍ଲାର ସମସ୍ତ ଛୋଟ ବଡ ହସ୍ପିଟାଲ ଗୁଡିକରେ ଫଳ ବିସ୍କୁଟ ପାଣି ବଣ୍ଟନ କରିବା ସହିତ ବାଙ୍ଗରିପୋଷୀ ଶାଖା ତରଫରୁ ବାଙ୍ଗରିପୋଷି(ହାଣଦା ମୌଜା) ଠାରେ ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯଇଥିଲା ଆଜିର ପ୍ରଥମାର୍ଦ୍ଧରେ ଆରମ୍ଭ ହୋଇଥିଲା ପ୍ରତିଷ୍ଠା ଦିବସ ପାଳନ ଆଉ ସେହି ଅବସରରେ ପୂର୍ବରୁ  ” ମୟୁରଭଞ୍ଜ ଜିଲ୍ଲାରେ ଥିବା ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସର୍ବାଙ୍ଗୀନ ବିକାଶ କରି ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା କରିବା, ଐତିହ୍ୟସ୍ଥଳୀ ଗୁଡିକର ପୁନରୁଦ୍ଧାର କରିବା,ବନ୍ୟଜାତ ଦ୍ରବ୍ୟର ଉଚିତ୍ ବ୍ୟବସାୟିକରଣ ସହ ଜିଲ୍ଲା ମଧ୍ୟରେ ଥିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଭଳି କୁଟୀର ଶିଳ୍ପ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସ୍ୱାବଲମ୍ବୀ କରିବା” ବିଷୟବସ୍ତୁକୁ ନେଇ ହୋଇଥିବା Reels ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା | ଅତିଥି ମାନଙ୍କ ମଧ୍ୟ୍ୟରେ ବାରିପଦା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ପ୍ରକାଶ ସୋରେନ, ବାରିପଦା ପୌର ପରିଷଦ ର ନଗରପାଳ କୃଷ୍ଣାନନ୍ଦ ମାହାନ୍ତି, ଡିଭାଇନ ଇଂଜିନିଅରିଙ୍ଗ କଲେଜ ର ନିର୍ଦେଶକ ଇଂ ବିପ୍ଳବ ଭଂଜନ ବୁଗୁଡେଇ ପ୍ରମୁଖ ଉପସ୍ଥିତ ଥିଲେ ଏହି ଅବସର ରେ ରୀଲସ ପ୍ରତିଯଗିତାର ବ୍ରାଣ୍ଡ ଆମ୍ବାଶୋଡାର ଦାଇତ୍ୱ ରେ ଥିବା ଇଣ୍ଟରନେସନାଲ ୟୁଟୁବର ଲବ ହାଁସଦା, ଭଞ୍ଜସେନା ଦ୍ୱାରା ପ୍ରସ୍ତୁତ ଫିଲ୍ମ ର ମୁଖ୍ୟ ଭୂମିକାରେ ଥିବା କଳାକାର ତାପସ ପାଢ଼ୀ, ମଞ୍ଚ ପରିଚଳନା କରୁଥିବା ଡ଼ ରଂଜିତ କୁମାର ସାହୁ, ଭଞ୍ଜସେନା ପାଇଁ ଗୋଟେ ନୂଆ ଗୀତ ଭେଟିଦେଇଥିବା ସଙ୍ଗୀତ ନିର୍ଦେଶକ ବିଭୁତି ଭୂଷଣ ବେହେରା ଏବଂ ଗାୟିକା ପୋଲିନା ସରଘରୀୟା ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l
ରିଲସ ପ୍ରତିଯୋଗିତା ର ବିଜେତା ମୟୁରଭଞ୍ଜ ଜିଲ୍ଲା ଭିତରେ…
ପ୍ରଥମ ବିଜେତା- (୧ ଲକ୍ଷ) ashukabi_akash
ଦ୍ୱିତୀୟ ବିଜେତା-(୫୦ ହଜାର) ur_. Chintu._01
ତୃତୀୟ ବିଜେତା-(୨୫ ହଜାର) sanjaykumar 143SKM
ଏହା ବ୍ୟତୀତ 7 ଜଣଙ୍କୁ ମୟୁରଭଞ୍ଜ ଜିଲ୍ଲା ଭିତରେ ୫ ହଜାର ଲେଖାଏଁ ସାନ୍ତ୍ଵନା ମୂଳକ ପୁରସ୍କାର ଦିଆ ଯାଇଥିଲା l
ମୟୁରଭଞ୍ଜ ଜିଲ୍ଲା ବାହାରୁ…
ପ୍ରଥମ ବିଜେତା-(୧ ଲକ୍ଷ୍)
arunsuna express
ଦ୍ୱିତୀୟ ବିଜେତା-(୫୦ ହଜାର)
rohitmohanta3
ତୃତୀୟ ବିଜେତା- (୨୫ ହଜାର)
_dukhiatma.Com_
ଏହା ବ୍ୟତୀତ ଜିଲ୍ଲା ବାହାରୁ ଜଣକୁ ସାନ୍ତ୍ଵନା ମୂଳକ ପୁରସ୍କାର ଦିଆ ଯାଇଥିଲା l ଗତକାଲି ସରସ୍ଵତୀ ପୂଜା ଥିବାରୁ ଆସନ୍ତା ୨୮ ତାରିଖ ବୁଧବାର ଦିନ ” ମୟୁରଭଞ୍ଜ ଜିଲ୍ଲାରେ ଥିବା ଅସରନ୍ତି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସର୍ବାଙ୍ଗୀନ ବିକାଶ କରି ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା କରିବା, ଐତିହ୍ୟସ୍ଥଳୀ ଗୁଡିକର ପୁନରୁଦ୍ଧାର କରିବା,ବନ୍ୟଜାତ ଦ୍ରବ୍ୟର ଉଚିତ୍ ବ୍ୟବସାୟିକରଣ ସହ ଜିଲ୍ଲା ମଧ୍ୟରେ ଥିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଭଳି କୁଟୀର ଶିଳ୍ପ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସ୍ୱାବଲମ୍ବୀ କରିବା” ଦାବୀ ନେଇ “ଆମକୁ ରୋଜଗାର ଦିଅ” ସ୍ଲୋଗାନ ସହିତ ଏକ ରାଲି  ବାରିପଦା ମଧୁବନ ସ୍ଥିତ ମାଆ ଭୈରବୀ ମନ୍ଦିର ସମ୍ମୁଖରୁ ବାହାରି  ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବ, ଆଉ ସେହିଠାରେ ଏକ ଛୋଟ ସଭା ସହିତ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯିବ | ତା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସକାଳ ୧୦ ଘଟିକା ଠାରୁ ଜିଲ୍ଲାର ବିଭିନ୍ନ କୁଟୀର ଶିଳ୍ପର କାରିଗର ମାନେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିବେ | ଆସନ୍ତା ଦୁଇ ତିନି ମାସ ମଧ୍ୟ୍ୟ ରେ ଲୋକ ଏବଂ ସରକାର ଙ୍କୁ ସଚେତନ କରେଇବା ଉଦେଶ୍ୟ ରେ ପୁଣି ଥରେ ରୀଲସ ମାଧ୍ୟ୍ୟମରେ ମୟୁରଭଞ୍ଜ ଜିଲ୍ଲା ର ବିଶୁଦ୍ଧ ପାନୀୟ ଜଳ, ଦିଗହରା କୃଷି,ବିପର୍ଯ୍ୟସ୍ଥ ଶିକ୍ଷା,ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବିଷୟ ବସ୍ତୁକୁ ସ୍ଥାନ ଦିଆଯିବ ବୋଲି ପ୍ରତିଷ୍ଠାତା ପ୍ରକାଶ କରିଛନ୍ତି l ଆଜି ର ଏହି ମଞ୍ଚ ରେ ଅନଲୀ ୱାନ ଡାନ୍ସ ଗ୍ରୁପ ଏବଂ ଦା ଡ୍ରପ ବିଟ୍ସ ଡାନ୍ସ ଗ୍ରୁପ ଦ୍ୱାରା ସୁନ୍ଦର ନୁର୍ତ୍ୟ ପରିବେଶଣ କରାଯାଇଥିଲା l ଆଜିକାର ସଭାରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କ ସମେତ ସଂଜୀବ ରାଉତ, ସତ୍ୟସ୍ୱରୂପ ଦାସ, ନିମାୟ ତ୍ରିପାଠୀ, ଜିତେନ୍ଦ୍ର ହେମ୍ବ୍ରମ, କନିକା ବୋଷ, ପିଣ୍ଟୁ ମାଇତି, ରାକେଶ ବେହେରା, ବାଜୁନ ହାଁସଦା, ରବୀନ ମହାନ୍ତି, ରାକେଶ ମହାନ୍ତି, ଜ୍ୟୋତି ରଞ୍ଜନ ପୃଷ୍ଟି,ଏସ କେ ରାଜା ଖାନ, ସିଂରାୟ ହେମ୍ବ୍ରମ, କିଷାନ ସାହୁ, ସୁନ୍ଦର ମୋହନ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ପବିତ୍ର ମୋହନ ପାଢ଼ୀ ଏବଂ ମୁକ୍ତି ଦତ୍ତ ମଞ୍ଚ ପରିଚାଳନା ରେ ସାହାର୍ଯ୍ୟ କରିଥିଲେ l ତତ ସହିତ ଜିଲ୍ଲା ତମାମ ଅନ୍ୟମାନଙ୍କ ମଧ୍ୟ୍ୟରେ ଅଞ୍ଜନ ବରାଳ, ଦକ୍ଷିଣା ମହାନ୍ତ,ସାମନ୍ତ ଶେଖର ପାଲ, ସନ୍ତୋଷ ଗିରି, ପରୀତଶ ବାରିକ,ଗଣେଶ ମହାନ୍ତି, ମନରଞ୍ଜନ ବାରିକ, ସତ୍ୟପ୍ରକାଶ ମହାନ୍ତି, ଲଷ୍ମୀଧର ସାହୁ, ରାକେଶ ପଣ୍ଡା, ଏମ ଡି ଫିରଜ, ଭାଗବତ ହେମ୍ବ୍ରମ, ଗୋବିନ୍ଦ ମୁର୍ମୁ, ଅରୁଣ କୁମାର ବେହେରା ପ୍ରମୁଖ  ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ କାର୍ଯ୍ୟ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଜଣାଇଛନ୍ତି l
Shrutilipi ad