IMG 20260124 WA0183

ରୋଗଶଯ୍ୟାରେ ଧିରେନ, ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଡୁମୁରଡିହା ପଞ୍ଚାୟତର ହଳଦିଆ ଗ୍ରାମର ଧିରେନ କୁମାର ନାଥ କିଡନୀ ରୋଗରେ ପୀଡିତ ହୋଇ ଗତ ଅଗଷ୍ଟ ମାସ ପାଖରୁ କୀମସ୍ ହସ୍ପିଟାଲ୍ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି I ୨ଟି ଯାକ କିଡନୀ ନଷ୍ଟ ହୋଇଯିବା ପରେ ଡାକ୍ତର କିଡନୀ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଛନ୍ତି I ଆୟୁଷ୍ମାନ କାର୍ଡର ସମସ୍ତ ୫ଲକ୍ଷ ଟଙ୍କା ଖର୍ଚ୍ଚ ସରିବା ପରେ ନିଜର ସଞ୍ଚିତ ସମସ୍ତ ଅର୍ଥ ଖର୍ଚ୍ଚ କରିସାରି ସର୍ବସ୍ରାନ୍ତ ହୋଇପଡିଛନ୍ତି ଧିରେନ I ବର୍ତ୍ତମାନ ଟ୍ରାନସପ୍ଲାଣ୍ଟ ର ବ୍ୟୟବହୁଳ ଖର୍ଚ୍ଚ ତୁଲାଇବା ନିମନ୍ତେ ସେ ଅକ୍ଷମ। ପରିବାରର ଏକ ମାତ୍ର ସାହାଭରସା ଧିରେନଙ୍କ ୨ଟି ଝିଅ, ୭ବର୍ଷର ଗୋଟେ ପୁଅ ଅଛନ୍ତି I ତାଙ୍କ ଧରମପତ୍ନୀ ଚନ୍ଦ୍ରମଣୀ ଗୋଟିଏ କିଡ଼ନୀ ଦେବାର ସମସ୍ତ ପ୍ରସ୍ତୁତି ହୋଇସାରିଥିବା ବେଳେ ଟ୍ରାନସପ୍ଲାଣ୍ଟ ପାଇଁ ଅର୍ଥ ସାଜିଛି ବାଧକ I ଅନ୍ୟ କୋଣସି ଉପାୟ ନ ପାଇ ସେ ଓ ତାଙ୍କ ସ୍ତ୍ରୀ ଜନସାଧାରଣଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି I ଖବର ପାଇ ସମାଜସେବୀ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ,  ଚିତ୍ତରଞ୍ଜନ ସ୍ବାଇଁ ଓ ଅରବିନ୍ଦ ମୁଖି ତାଙ୍କ ସହ ଯୋଗାଯୋଗ କରି ନିଜ ସକ୍ଷମ ଅନୁସାରେ ସାହାଯ୍ୟ ର ହାତ ବଢ଼ାଇଛନ୍ତି  ତତ ସହିତ ସମସ୍ତେ କିଛି କିଛି ଦାନ କରିଲେ ଏହି ପରିବାର ଟି ମହା ବିପତ୍ତି ରୁ ଉଦ୍ଧାର ପାଇ ଯାଆନ୍ତା  ବୋଲି ସମାଜସେବୀ ମାନେ ନିବେଦନ କରିଛନ୍ତି I  ଧୀରେନ୍ କୁମାର ନାଥ
Shrutilipi ad