ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘ ଆନୁକୂଲ୍ୟରେ \”\” ଅଭିଜ୍ଞତା ଓ ଅନୁଭୂତିକୁ ସାମାଜିକ କ୍ଷେତ୍ରରେ ବିନିଯୋଗ – ଏକ ପ୍ରକୃଷ୍ଟ ମାର୍ଗ \’\’ ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ବାରିପଦା ମୁନିସିପାଲିଟି ଜୁବୁଲି ପାର୍କ ପରିସରରେ ସଂଘର ସଭାପତି ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯତିନ୍ଦ୍ର ନାଥ ବସାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଂଘର ଆଭିମୁଖ୍ୟକୁ ବ୍ୟାପକ ଓ ଲୋକାଭିମୁଖୀ ନିମିତ୍ତ – ସାଧାରଣ ସମ୍ପାଦକ ଡ. ଗଣେଶ୍ୱର ଭୋଇଙ୍କ ପ୍ରସ୍ତାବକ୍ରମେ ଅଭିଜ୍ଞ ଶିକ୍ଷାବିତ୍ ଡ. ଯୋଗେନ୍ଦ୍ର ନାଥ ପଣ୍ଡା, ଅନୀଲ କୁମାର କର, ପଶୁପତି ନାୟକ, ରବିନାରାୟଣ ଚାଉପଟ୍ଟନାୟକ ଓ ରାମେଶ୍ୱର ସାହୁ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ସୁସ୍ଥ, ଶୈଖିକ ବାତାବରଣ ସୃଷ୍ଟି ନିମିତ୍ତ ବିଜ୍ଞ ଶିକ୍ଷାପ୍ରେମୀଙ୍କ ଦୀର୍ଘ ଅନୁଭୂତି ଓ ଜ୍ଞାନ – ସହାୟକ ହେବ । ପରିବେଶ ସନ୍ତୁଳନ ପାଇଁ ସଂଘ ତରଫରୁ ବୃକ୍ଷ ରୋପଣ ସହ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ନୂତନ ବର୍ଷ ପ୍ରାରମ୍ଭରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସହଭୋଜ ପରେ ସଭା ସମାପ୍ତ ହୋଇଥିଲା ।

