IMG 20260122 WA0179

ଜାତୀୟ ମତଦାତା ଦିବସ ଉପଲକ୍ଷେ ଶପଥ ପାଠ ଉତ୍ସବ 

ରାଜ୍ୟ
ବାରିପଦା : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୧୬ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏକ ସୁଦୃଢ ଗଣତନ୍ତ୍ର ରାଷ୍ଟ୍ର ପାଇଁ ମତଦାତାଙ୍କ ମତଦାନର ମହତ୍ତ୍ୱ ଓ  ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକଟି ଅନୁଷ୍ଠିତ ହୋଇଅଛି । ଏଥିରେ  ଅତିରିକ୍ତ ଜିଲ୍ଲାପାଳ  ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ  ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ରହି ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ ।
Shrutilipi ad