IMG 20260122 WA0203

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬ ପାଳିତ.

ରାଜ୍ୟ
ବାରିପଦା: ଆଜି ବାରିପଦା ସ୍ଥିତ ଜିଲ୍ଲା ପରିଷଦ  ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ  ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬ ପାଳିତ ହୋଇଯାଇଛି ଇ ଶୁଭ ଉଦଘାଟନ ଉତ୍ସବରେ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ  ଦୁଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭଦଘାଟନ କରିଥିଲେ.। ଏହି ଅବସରରେ ମୁଖ୍ୟ ଅତିଥି ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ  ଆଲୋକପାତ କରିବାକୁ ଯାଇ କହିଥିଲେ କି ସମାଜ ରେ ଅନେକ ପିତାମାତା ଙ୍କ କନ୍ୟା ସନ୍ତାନ ପ୍ରତି ରହିଥିବା ନକାରାତ୍ମକ ମନୋଭାବ ତଥା କନ୍ୟା ସନ୍ତାନ ଓ ପୁତ୍ର ସନ୍ତାନ ମଧ୍ୟରେ  ଲିଙ୍ଗଗତ ବୈଷ୍ୟମତା ବା କୌଣସି ଭେଦଭାବ ନରଖି ପରିବାରରେ ଉଭୟଙ୍କୁ ସମାନ ଅଧିକାର ଦେଇ  ଆନନ୍ଦମୟ ବାତାବରଣ  ମଧ୍ୟରେ ପରିବାରକୁ ପରିଚାଳିତ କଲେ  ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହେବାରେ ସହାୟକ ହେବ ବୋଲି କହିଥିଲେ. ସେହିପରି ଗର୍ଭାବସ୍ଥା ରେ ଲିଙ୍ଗ ନିରୂପଣ କରି କନ୍ୟା ଭୃଣ ସନ୍ତାନକୁ ନଷ୍ଟ କରିବା ଭଳି କୁତ୍ସିତ ମାନସିକତା ଠାରୁ ନିବୃତ ରହିବା ସହିତ କମ ବୟସରେ ନିଜ କନ୍ୟା ସନ୍ତାନକୁ ବିବାହ ନକରି ବେଟି ବଚାଓ ବେଟି ପଢାଅ ଉପରେ ସମସ୍ତ ପିତା ମାତା  ଯତ୍ନବାନ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ I
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଉପସ୍ଥିତ ସମସ୍ତ ଅଧିକାରୀ ଓ ଅନ୍ୟାନ୍ୟ ମାନଙ୍କୁ, ଜାତୀୟ ମତଦାତା ଦିବସ-୨୦୨୬, ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୬ ଓ କୁଷ୍ଠ ରୋଗ ନିରାକରଣ ଅଭିଯାନ ପକ୍ଷ ପାଳନ ସମ୍ବନ୍ଧିତ ଶପଥ ପାଠ କରାଇଥିଲେ।
 ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଚିକିତ୍ସା ଅଧିକାରୀ ଡ଼. ବିଜୟ କୁମାର ଦାଶ କନ୍ୟା ସନ୍ତାନ ମାନେ କିପରି ଉତ୍ତମ ସ୍ବାସ୍ଥ୍ୟ ପାଇବେ ସେ ବିଷୟରେ କହିଥିଲେ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି କନ୍ୟା ସନ୍ତାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବକ୍ତବ୍ୟ ରଖିଥିଲେ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ, ଜ଼ିଲ୍ଲା ଶିଶୁ ସଂଜଯକ ବାଳିକା  ଜାତୀୟ କନ୍ୟା ସନ୍ତାନ ଦିବସ ର ଆଭିମୁଖ୍ୟ, ବାଲ୍ୟ ବିବାହ ବିରୁଦ୍ଧରେ ବ୍ୟାପକ
ସଚେତନତା ତଥା କନ୍ୟା ସନ୍ତାନ ପ୍ରତି ହେଉଥିବା ନିର୍ଯ୍ୟାତନା ଓ ଏହାର ବିଭିନ୍ନ ଆଇନ ଗତ ଜର୍ଯ୍ୟାନୁଷ୍ଠାନ ଦିଗ ଉପରେ ଆଲୋକ ପାତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ସି.ଡି.ପି.ଓ , ସୁପର ଭାଇଜର, ଅଙ୍ଗୱାଡ଼ି କର୍ମୀ , କିଶୋର , କିଶୋରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆୟୋଜିତ ମହାବିଦ୍ୟାଳୟ  ସ୍ତରରେ ହୋଇଥିବା  ବକ୍ତୃତା ଓ   ସ୍ଲୋଗାନ ପ୍ରତିଯୋଗିତା ରେ   ସଫଳ କୃତି ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ  କରିଥିଲେ। ଜିଲ୍ଲା  ସ୍ତରରେ   କ୍ରୀଡା, କଳା ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ତିନି ଜଣ ପ୍ରତିଭାବାନ କିଶୋରୀ ବାଳିକାଙ୍କୁ ସମ୍ମାନିତ କରାଯାଇଥିଲା I କ୍ରୀଡ଼ା ରେ ନମିତା ହେମ୍ବ୍ରମ , କଳା ରେ ଗୁରୁବାରି ମୁର୍ମୁ, ଶିକ୍ଷା ରେ ଭୂମିକା ପ୍ରିୟଦର୍ଶିନୀ ପୁରସ୍କୃତ ହୋଇଥିଲେ । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା  ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ମହାନ୍ତି ସଂଯୋଜନା କରିଥିବା ବେଳେ  ସମାଜ ମଙ୍ଗଳ ଅଧିକାରୀ  ଅନ୍ନପୂର୍ଣ୍ଣା ବୁରୁଡ଼ା  ଧନ୍ୟବାଦ୍ ଅର୍ପଣ  କରିଥିଲେ ।
Shrutilipi ad