ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଆଗାମୀ ୨୦୨୬ ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଫେବୃଆରୀ ମାସର ପ୍ରଥମ ସୋମବାର ତା ୦୨-୦୨-୨୦୨୬ ରିଖ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକା ଠାରୁ ଶୁଣାଣି ହେବ,ସେହିପରି ଫେବୃଆରୀ ମାସର ଦ୍ୱିତୀୟ ସୋମବାର ତା. ୦୯-୦୨-୨୦୨୬ରିଖ ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ରାଇରଙ୍ଗପୁରରେ ପୂର୍ବାହ୍ନ ୧୦ଘଟିକା ଠାରୁ ଶୁଣାଣି ଆରମ୍ଭ ହେବ , ସେହିପରି ଫେବୃଆରୀ ମାସ ତୃତୀୟ ସୋମବାର ତା ୧୬-୦୨-୨୦୨୬ ରିଖ ପାଞ୍ଚପିଢ଼ ଉପଖଣ୍ଡ ପାଇଁ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଶୁଣାଣି ପୂର୍ବାହ୍ନ ୧୦ଘଟିକା ଠାରୁ ଆରମ୍ଭ ହେବ ଏବଂ ଫେବୃଆରୀ ମାସର ଚତୁର୍ଥ ସୋମବାର ତା ୨୩-୦୨-୨୦୨୬ ରିଖ କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ,ଉଦଳା ଠାରେ ପୂର୍ବାହ୍ନ ୧୦ ଘଟିକା ଠାରୁ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ.
ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାର,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତି ରେ
ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିରରେ ସମ୍ପୃକ୍ତ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତି ରେ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ.
ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳ ର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ଉପସ୍ଥିତ ରହି ଜଣାଇ ପାରିବେ.

