ବାରିପଦା : ଆଜି ଅପରାହ୍ନ ସମୟରେ ବାରିପଦା ନିକଟସ୍ଥ କୁଳିଅଣା ଥାନା ଅନ୍ତର୍ଗତ ଦରକୁଳି ଛକ ନିକଟରେ ଏକ ମର୍ମତୁନ୍ଦ ଦୁର୍ଘଟଣା ଘଟିଅଛି l 18 ନମ୍ବର ଜାତୀୟ ରାଜପଥ ର ଦରକୁଳି ଛକ ନିକଟରେ ପିକଅପ ଭ୍ୟାନ କୁ ଏକ ଶୋହଳ ଚକିଆ ଟ୍ରକ ପଛପଟୁ ଆସି ଜୋରରେ ଧକକା ଦେଇଥିଲା l ଫଳରେ ପିକଅପ ଭ୍ୟାନ ଟି ଭରସାମ୍ୟ ହରାଇ ରାଜପଥ ଉପରେ ସମ୍ମୁଖରେ ଛିଡା ହୋଇଥିବା ଏକ କାର କୁ ଧକକା ଦେଇଥିଲା l ଦୁର୍ଘଟଣା ସମୟରେ ଖୁବ ଜୋରରେ ଶବ୍ଦ ହୋଇଥିଲା l ଯାହାକି ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇଯାଇଥିଲେ l ଦୁର୍ଘଟଣା ରେ ପିକଅପ ଭ୍ୟାନ ଟି ଭାଙ୍ଗି ଚୁରମାର ହୋଇଯାଇଅଛି l ଦୁର୍ଘଟଣା ଘଟିବା ପରେ କାରର ଡ୍ରାଇଭର କାର କୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଅଛି l ଏହି ଦୁର୍ଘଟଣା ରେ ପିକଅପ ଭ୍ୟାନରେ ଥିବା ଜଣେ ଏବଂ ଟ୍ରକ ରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି l ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କୁ ଚିକିତ୍ସା ପାଇଁ ପଠାଇଛନ୍ତି l ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଅଛି l

