4 17 e1768921565848 300x252

ଏଆଇ ଜରିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିର ବିକୃତ ରିଲ୍ସ ପ୍ରଘଟ

ରାଜ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବିକୃତ କରି ଜଣେ ବ୍ୟକ୍ତି ଚିତ୍ର ପ୍ରଦର୍ଶିତ କରିଥିବା ଘଟଣା ସାମ୍ନାକୁ ଆସିଛି। ଜାଲା ଭିସଭରାଜ ସିଂ ନାମକ ଏହି ବ୍ୟକ୍ତି ସାମାଜିକ ନିଜ ଗଣମାଧ୍ୟମ ଆଇଡିରେ ଏହା ପୋଷ୍ଟ କରିଛି। ଏନେଇ ଜଗନ୍ନାଥପ୍ରେମୀ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ନୀତିକୁ ବିକୃତ କରାଯାଇଥିବାରୁ ଶ୍ରୀମନ୍ଦିର ସେବାୟତମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

ମହାପ୍ରଭୁଙ୍କୁ ସାମାଜିକ ଗଣମାଧ୍ୟମରେ ଏଭଳି ପ୍ରଦର୍ଶିତ କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେମାନେ ଦାବି କରିଛନ୍ତି। ମହାପ୍ରଭୁଙ୍କ ଏଆଇ ଫଟୋ ପ୍ରଘଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ମହାପ୍ରଭୁଙ୍କ ମୂର୍ତ୍ତିକୁ ବାହାରକୁ ଅଣାଯାଇ କ୍ରେନ ସାହାଯ୍ୟରେ ତାଙ୍କ ମୁଣ୍ଡ ଉପରେ କ୍ଷୀର ଢ଼ଳା ଯାଉଥିବା ଭିଡିଓ ପ୍ରଦର୍ଶିତ ହୋଇଛି। ମହାପ୍ରଭୁଙ୍କ ଚାରିପଟେ ଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ଭକ୍ତମାନେ ଏଭଳି ପୂଜା ସମୟରେ ମୋବାଇଲରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ ଏଭଳି କୌଣସି ନୀତି ନଥିବା ବେଳେ ଜାଲା ସାମାଜିକ ଗଣମାଧ୍ୟମରେ ଜଗନ୍ନାଥ ମହାପ୍ରଭୁଙ୍କୁ ବିକୃତ କରି ପ୍ରଦର୍ଶିତ କରିଛନ୍ତି।

ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖି ଶ୍ରଦ୍ଧାଳୁ ଏବଂ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛିି। ସେବାୟତମାନେ ଏହାକୁ ବିରୋଧ କରିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Shrutilipi ad