IMG 20260118 WA0222

ରାଜ୍ୟସ୍ତରୀୟ ମକର ମିଳନ ଉତ୍ସବରେ କ୍ଷୀରୋଦ ସିଟ ସମ୍ବର୍ଦ୍ଧିତ 

ରାଜ୍ୟ
ବାରିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ସାନଖଲାଡି ସ୍ଥିତ ମା ଟାଙ୍ଗରାଶୁଣି ପୀଠରେ ୩୨ ତମ ରାଜ୍ୟସ୍ତରୀୟ ମକର ମିଳନ ଏବଂ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏହି ମଞ୍ଚରେ କମିଟି ତରଫରୁ ବାରିପଦାର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର କ୍ଷୀରୋଦ ବିହାରୀ ସିଟଙ୍କୁ “ନାଟ୍ୟ ଭାସ୍କର ସମ୍ମାନ” ରେ ସମ୍ମାନିତ କରାଯାଇଛି I ପ୍ରକାଶ ଥାଉକି ନାଟକ ସହିତ ୧୯୭୦ ମସିହାରୁ ଶିଶୁ କଳାକାର ଭାବେ ପ୍ରଥମ  ନାଟକ “ସେ ଆପଣମାନଙ୍କ ଭିତରେ” ଅଭିନୟ କରି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲେ I ପରେ ପରେ ଶିଖା, କପୋତ ପକ୍ଷୀର ଉପାଖ୍ୟାନ, ବାରିପଦା ବନ୍ଦ, ମେଣ୍ଢା, ଜୀବନ୍ୟାସ, ତମୋସା ତୀର୍ଥ ଆଦି ବହୁ ନାଟକରେ ଅଭିନୟ କରି ଜଣେ ଅଭିନେତା ଭାବେ ଲୋକପ୍ରିୟତା ହାସଲ କରିପାରିଥିଲେ I ସ୍ବର୍ଗତ ହେମ କୁମାର ପୃଷ୍ଟି, ସ୍ବର୍ଗତ ବିଜୟ ମହାନ୍ତି, ସ୍ବର୍ଗତ ଅଜିତ ଦାସ, ଧୀର ବସା, ଧୀର ମଲ୍ଲିକ, ମନୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅନେକ ନାଟକରେ ସେ ଅଭିନୟ କରିବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ I ତତସହିତ ତାଙ୍କ ଲିଖିତ ଶେଷ ନିଷ୍ପତ୍ତି, ସମ୍ପର୍କ, ଫେରିବାଲା, ସତ୍ୟର ପ୍ରତିବିମ୍ବ, ଝିଲିଖିଲି ହସ ଓ ଶ୍ରୀ ୪୨୦ ଆଦି ଅନେକ ଯୁଗପୋଯଗୀ ପୁସ୍ତକ ପାଠକଙ୍କ ହୃଦୟସ୍ପର୍ଶୀ ହୋଇପାରିଛି I
Shrutilipi ad