IMG 20260117 WA0134

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ରକ୍ତଦାନ ଶିବିର 

ରାଜ୍ୟ
ବାରିପଦା : ମୟୂରଭଞ୍ଜ ସାମ୍ବାଦିକ ପରିବାର ପକ୍ଷରୁ ଶନିବାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ତତସହିତ ତାଙ୍କ ସ୍ମୃତିରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଶିବିରକୁ ଉଦଘାଟନ କରିଥିବା ବେଳେ ଶିବିରରେ ୪୧ୟୁନିଟ ରକ୍ତ ସଂଗୃହିତ ହୋଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, କଳିଙ୍ଗ କେଶରୀ ଜେନା, ଇଂ ବିପ୍ଳବ ଭଞ୍ଜନ ବୁଗୁଡେଇ, ଦେବାଶିଷ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସୌମ୍ୟରଞ୍ଜନ ମିଶ୍ର ଓ ଅରୁଣ ବେହେରା ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଆୟୋଜକଙ୍କ ପକ୍ଷରୁ ପ୍ରମାଣପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ସାମ୍ବାଦିକ ମାନଙ୍କ ଉପସ୍ଥିତିରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।  ଉପସ୍ଥିତ ବ୍ୟକ୍ତିବଶେଷ ଓ ସାମ୍ବାଦିକ ସ୍ୱର୍ଗତ ମହାନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକ ପାତ କରିଥିଲେ। ସାମ୍ବାଦିକତାରେ ଶ୍ରୀ ମହାନ୍ତ ଜଣେ ଅନୁଷ୍ଠାନ। ତାଙ୍କର ନିର୍ଭୀକ ସାମ୍ବାଦିକତା ଆଜି ଯୁବ ସାମ୍ବାଦିକଙ୍କ ପାଇଁ ସବୁଦିନେ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସମସ୍ତେ ମତପ୍ରକାଶ କରିଥିଲେ। ରେଡକ୍ରସର ଆଜୀବନ ସଭ୍ୟ ଅମରସେଠୀ ଶିବିର ପରିଚାଳନା କରିଥିବାବେଳେ  ତପନ କୁମାର ଦାସ, ସୋମନାଥ ସିଂ ଓ ଡ ନିରୋଜ ଲୋଚନ ପୋଥାଳ ତାଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଓ ବୈଷୟିକ ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ଆୟୋଜକ ସାମ୍ବାଦିକ ପରିବାରର ସଦସ୍ୟବୃନ୍ଦ ନିଜନିଜ ଦାୟିତ୍ୱ ନିର୍ବାହ କରିଥିଲେ ।
Shrutilipi ad