ବାରିପଦା: ସମଗ୍ର ଦେଶରେ ଜାନୁଆରୀ ପହିଲାରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଶୂନ ଦୁର୍ଘଟଣା ସଡ଼କ ସୁରକ୍ଷାସଚେତନତା କାର୍ଯ୍ୟକ୍ରମ ଜୋରଦାର ଚାଲୁଥିବା ବେଳେ ଅମାନିଆ ଚାଳକ ସରକାରଙ୍କ ସମସ୍ତ ନିୟମକୁ ଫୁ କରି ଦେଇଛନ୍ତି ।ଦୁର୍ଘଟଣା କମିବା ପରିବର୍ତେ ଦୁର୍ଘଟଣା ହୁ ହୁ ହୋଇ ବୃଦ୍ଧି ପାଉଛି ।ନବ ବର୍ଷ ଏକ ପକ୍ଷ ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୫ ରୁ ଉର୍ଦ୍ଧ୍ବ ମୁଣ୍ଡ ସଡ଼କ ଦୁର୍ଘଟଣାରେ ପଡ଼ିଲାଣି ।ଯାହାକୁ ନେଇ ପ୍ରଶାସନ ଚିନ୍ତିତ ।ସୂଚନାଯୋଗ୍ଯ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର ରୁ ଟାଟାନଗର ଆଡ଼କୁ ଯାଉଥିବା ଏକ ଟାଟା ମେଜିକ ଗାଡ଼ି ସହିତ ତିରିଂ ଥାନା ଅନ୍ତର୍ଗତ ସାନଡାଳିମା ଛକ ପାଖରେ ତିରିଂରୁ ରାଇରଙ୍ଗପୁର ଆଡ଼କୁ ଆସୁଥିବା ଏକ ନାଲି ରଙ୍ଗର ବୁଲେଟ ( ଓଡି ୧୧ ଏହି ୫୮୦୮) ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ମୃତକ ହେଲେ ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗ୍ରାମର ରୁଦ୍ର ପ୍ରସାଦ ଗିରି (୨୬) ଏବଂ ଗୁରୁତର ହେଲେ ବାଙ୍ଗିରିପୋଷୀ ଥାନା ଅଞ୍ଚଳର ସୁନିଲ ଗିରି (୨୫)ଏବଂ ତପନ ବେହେରା(୨୩) ।ଖବର ପାଇ ତିରିଂ ଥାନା ଏ ଏସ ଆଇ ସନାତନ ବେହେରା ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହ ଵହଳଦା ଡାକ୍ତରଖାନାକୁ ମୃତ ଓ ଗୁରୁତରଙ୍କୁ ପଠାଇଥିଲେ ।ପରେ ପରିସ୍ଥିତି ଗୁରୁତର ଯୋଗୁଁ ଉଭୟଙ୍କୁ ବାରିପଦା ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

