Accident 3 1 300x169

ଟ୍ରକ ଧକ୍କାରେ ବାଇକ ଚାଳକ ସମେତ  ଦୁଇ ମୃତ 

ରାଜ୍ୟ
ବାରିପଦା: ମକର ପର୍ବ ନେଇ ସମଗ୍ର ମୟୂୟଭଂଞ୍ଜ ଜିଲ୍ଲା ଗାଁ ଠାରୁ ସହର ପର୍ଯ୍ୟନ୍ତ ଉଠୁଛି ପଡୁଛି ।ସମସ୍ତଙ୍କ ଘରେ ମାନି ଯାତ୍ରା ଚାଲିଛି ବଂଧୁ ବାନ୍ଧବ ଘର ମାହଲ ଆନନ୍ଦ ଉଲ୍ଲାସରେ ପଡୁଛି ।ଘରେ ଘରେ ପିଠା ପଣା, ମାଛ, ମାଂସ, ରେ ମହମହ ବାସୁଛି  ।ଏହି ଅବସରରେ ମକର ପର୍ବର  ଦିତୀୟ  ଦିବସରେ ବିଶୋଇ – ଯଶିପୁର ଜାତୀୟ ରାଜପଥ ୪୯ ନମ୍ବର ବନେଇକଳା ଛକରେ ଏକ ବାଇକ୍ ( ଓଡି ୦୮ ଵି ୭୮୮୭) ରେ   କରଞ୍ଜିଆ ଥାନା ଅନ୍ତର୍ଗତ ସର୍ଵଧି ଗ୍ରାମର ଗୁରୁ ଚରଣ ଲୋହର(୫୦)  ବାରାଜିଆଣିରୁ  ବାଇକ ଯୋଗେ ନିଜର ସମ୍ପର୍କୀୟ ଶାଶୁ ପାର୍ବତୀ ବିନ୍ଧାଣୀ(୬୫)ଙ୍କୁ ଧରି ବିଶୋଇ ଥାନା ଅନ୍ତର୍ଗତ ନୂଆଗାଁ କୁ ଫେରୁଥିବାବେଳେ ବନେଇକଳା ଛକରେ ପଛପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ (ଓଡି ୩୫ ଡି ୩୦୭୭)  ପଛପଟୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେଇଥିଲା । ପଛ ଚକରେ ଦୁଇ ଜଣ ଯାକ ପେଶି ହୋଇଯାଇଥିଲେ । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଯାକଙ୍କ ପ୍ରାଣବାୟୁ ଉଡି ଯାଇଥିଲା  । ଟ୍ରକ ଡ୍ରାଇଭର ଦୁର୍ଘଟଣା ଘଟାଇ ଟ୍ରକ ଅଟକାଇ ପ୍ରାଣ ବିକଳରେ ଲୁଚି ପଳାଇଥିଲା ।ଖବର ପାଇ ବିଶୋଇ ଥାନା ଅଧିନସ୍ଥ ମଣଦା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର‌  ଧଳ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର‌ ହସପିଟାଲକୁ ପଠାଇବା ସହ ବିଶୋଇ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ କରିଛନ୍ତି ‌ । ପୋଲିସ ତଦନ୍ତ ଚାଲୁ ରହିଛି ।ମୃତକଙ୍କୁ କ୍ଷତିପୂରଣ ପାଇଁ ଗ୍ରାମବାସୀ ଦାଵୀ କରିଛନ୍ତି ।ଖବର ପାଇ ନୂଆଗାଁରେ ଶୋକାକୂଳ ପରିସ୍ଥିତି ହୋଇଛି ।ଜାନୁଆରୀ ପହିଲାରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ଚାଲିଥିବାବେଳେ ବେପାରୁଆ ଚାଳକ,ନିଶାଗ୍ରସ୍ତ ଚାଳକଙ୍କ ଯୋଗୁଁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ।
Shrutilipi ad