ବାରିପଦା: ମୟୂରଭଂଜ ଜିଲ୍ଲାର କୃଷିଭିତ୍ତିକ ଗଣପର୍ବ ମକର ପର୍ବ ନେଇ ଗାଁ ରୁ ସହର ଚଳଚଞ୍ଚଳ ।ଲୋକେ ଆନନ୍ଦ ଓ ଉଲ୍ଲାସର ସହ ମକର ପର୍ବ ପାଳୁଛନ୍ତି ଏହାର ସୁଯୋଗ ନେଇ ଅସାମାଜିକ , ଲୁଟେରା, ତସ୍କର,ଦୁଵୃର୍ତ୍ତ ସକ୍ରିୟ ହୋଇ ପଡିଛନ୍ତି ।
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ଗୃହ ବିଭାଗ ତରଫରୁ ରାଇରଙ୍ଗପୁର ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ନେଇ ଶୁଭାରମ୍ଭ କରିଛନ୍ତି ।ରାଇରଙ୍ଗପୁରଠାରେ ନୂତନ ପୋଲିସ ଜିଲ୍ଲାର କାର୍ଯ୍ୟକାରିତା ଆରମ୍ଭ ହୋଇଯାଇଛି ।ଏହି ପବିତ୍ର ଦିବସରେ ରାଇରଙ୍ଗପୁରରେ ଦୁବୃର୍ତ୍ତ ମାନେ ନୂତନ ପୋଲିସ ଜିଲ୍ଲାକୁ ଖୁଲମ ଖୁଲା ଚାଲେଞ୍ଜ କରିଛନ୍ତି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଵସଷ୍ଟାଣ୍ଡ ସନ୍ନିକଟ ଵାମନଘାଟୀ ଛଉ ଭବନ ପରିସରରେ କୋଲକାତା ବଜାର ମକର ପର୍ବ ଉପଲକ୍ଷେ ବହୁତ ଷ୍ଟଲ ବସିଛି ।କୋଲକତା ବଜାର ପଛକୁ ଛଉ ଭବନ କାର୍ଯ୍ୟାଳୟ ଅଛି ।ଛଉ ଭଵନ ପରିସର ଅଫିସ ଗୃହରେ ଥିବା ବାମନଘାଟୀ ଛଉ କଳାକାର ମାନଙ୍କର ଧୂମସା, ଢୋଲ, ହାରମୋନିୟମ ପୋଷାକ, ଯନ୍ତ୍ରପାତି, ଖାଲି ଗ୍ୟାସ ସିଲିଣ୍ଡର ଥିଲା ।ଵାମନଘାଟୀ ଛଉ ପ୍ରତିଷ୍ଠାନର ଗୁରୁମାନେ ବୁଧବାର ଦିନ ସଂନ୍ଧ୍ୟାରେ ୨୮ ଜଣ ଯୁବ କଳାକାର ଯେଉଁମାନେ ନିଉ ଦିଲ୍ଲୀର ପେରେଡ ପଡ଼ିଆରେ ଆସନ୍ତା ସାଧାରଣଣନ୍ତ୍ର ଦିବସରେ ଅଂଶ ଗ୍ରହଣ କରିବେ ସେମାନଙ୍କୁ ଛଉ ପ୍ରତିଷ୍ଠାନର ବରିଷ୍ଠ ସଦସ୍ୟମାନେ ଟାଟା ନଗର ରେଲଓ୍ଵେ ଷ୍ଟେସନରେ ନୀଳାଞ୍ଚଳ ଟ୍ରେନରେ ଛାଡ଼ିବାକୁ ଯାଇଥିଲେ । ମକର ପର୍ବ ନେଇ ସମସ୍ତେ ଚଳ ଚଞ୍ଚଳ ଥିବାବେଳେ ଦୁବୃର୍ତ୍ତମାନେ ମଧ୍ୟ ରାତ୍ରରେ ଅନ୍ଧାରିଆ ରାତିର ସୁଯୋଗ ନେଇ ଛଉ ଭବନର ତାଲା ଭାଙ୍ଗି ଧୂମସା, ଢୋଲ, ହାରମୋନିୟମ ଗ୍ୟାସ ସିଲିଣ୍ଡର , ପୋଷାକ ଏଵଂ ଅନ୍ୟ ଛଉ ଉପକରଣ ଚୋରୀ କରି ନେଇଛନ୍ତି ।ଛଉ ଭବନ ପରିସରରେ ପଛପଟ ପାଚେରୀ ଭାଙ୍ଗା ଯାଇଛି ।ସେହି ବାଟେ ଜିନିଷ ନେଇ ପାର ହୋଇ ଯାଇଥିବା ସନ୍ଦେହ କରାଯାଉଛି । ପୂର୍ଵାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଛଉ ପ୍ରତିଷ୍ଠାନର ସଦସ୍ୟ ଛଉ ଗୁରୁ ଶୁଷେଣ ଚନ୍ଦ୍ର ମହାନ୍ତ,,ସୃଷ୍ଟିଧର ମହାନ୍ତ, ବିଭୂତି ଭୂଷଣ ମହାନ୍ତ, ଆଡଭୋକେଟ ଜୀବନ ପାତ୍ର,ଭାଗବତ ମାଝୀ,ରାଜକାପୁର ମହାନ୍ତ,କହ୍ନାଇ ବାନରା ପ୍ରମୁଖ ଛଉ ଭବନ ପହଞ୍ଚି ଥିଲେ ।ସେଠାରେ ଛଉ ଭବନର ତାଲା ଭଙ୍ଗା ଏବଂ ସାମଗ୍ରୀ ଲୁଟ ଜାଣି ହତଵାକ ହୋଇ ପଡ଼ିଥିଲେ ।ପରେ ରାଇରଙ୍ଗପୁର ଟାଉନ ଥାନାରେ ଚୋରୀ ସାମଗ୍ରୀ ନେଇ ଏକ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଦୁଵୃର୍ତମାନଙ୍କୁ ଗିରଫ କରାଯିବା, ଲୁଟ ସାମଗ୍ରୀ ଉଦ୍ଧାର କରିବା ସହ ସେମାନଙ୍କ ଉପରେ ଦୃଢ଼ ଦୃଷ୍ଟାନ୍ତ ମୂଳକ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାଵୀ କରିଛନ୍ତି ।ପୋଲିସ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଵାମନଘାଟୀ ଛଉ ପ୍ରତିଷ୍ଠାନ ରୁ ବହୁ କଳାକାରମାନେ ବିଶ୍ବର ବିଭିନ୍ନ ସ୍ଥାନରେ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରି ନିଜ କଳାର ନୈପୁଣ୍ଯ ଦେଖାଇ ସୁନାମ ଆଣିଛନ୍ତି ।ଛଉ ଗୁରୁମାନେ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ କିଭଳି ବିନା ଛଉ ଉପକରଣ ରେ ବାଦ୍ୟ ଓ ନୃତ୍ୟ ଶିଖାଇବେ ତାହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି !ନିଛାଟିଆ ଯୋଗୁଁ ଛଉ ଭବନ ଅସାମାଜିକ ଲୋକ,ମଦୁଆ,ଗଞ୍ଜଡୁ,ଡ୍ରଗସେଵନକାରୀ, ଲୁଟେରା ଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।ତେଣୁ ବସଷ୍ଟାଣ୍ଡରେ ପୋଲିସ ପେଟ୍ରୋଲିଂ ଜୋରଦାର କରିବା ପାଇଁ ସାଧାରଣରେ ଦାଵୀ ହେଉଅଛି l

