IMG 20260115 WA0138

ତ୍ରିରଙ୍ଗା କ୍ଲବ ଆନୁକୂଲ୍ୟରେ ମକର ମହୋତ୍ସବ – ୨୦୨୬ ଉଦଘାଟିତ 

ରାଜ୍ୟ
ବାରିପଦା : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ଠାରେ ତ୍ରିରଙ୍ଗା କ୍ଲବର ବାର୍ଷିକ ଉତ୍ସବ ଅବସରରେ ୬ ଦିନିଆ ମକର ମହୋତ୍ସବ – ୨୦୨୬ ଉଦଘାଟିତ ହୋଇଯାଇଛି I ଅନୁଷ୍ଠିତ ଉକ୍ତ ଉଦଘାଟନୀ ଦିବସରେ ଅତିଥି ଭାବେ କ୍ରୀଡା ସଂଗଠକ ତଥା ସମାଜସେଵୀ ଗିରିଶ ଚନ୍ଦ୍ର ଦାସ,  ଏମ ସି ସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ସମାଜସେବୀ କାଶୀନାଥ ରଣା, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତି, ପ୍ରଣବ ମହାନ୍ତ ପ୍ରମୁଖ ଯୋଗଦେଇ ଏହି ମହୋତ୍ସବର ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ, ବରିଷ୍ଠ ସଦସ୍ୟ ସରୋଜ କୁମାର ମହାପାତ୍ର (ଲିଟନ), ନବ କିଶୋର ଗିରି, ମଳୟ ଦତ୍ତ, ଶିବଶଙ୍କର ବାଗ, ଶଶାଙ୍କ ତେଲେଙ୍ଗା, କାହ୍ନୁ ବାଗ, ଉମେଶ ମହାରଣା, ଶେକ ଅଜିଜ ପ୍ରମୁଖ ଉପସ୍ଥିତ ଥିଲେ I ଗ୍ରାମଦେବୀ ଲାଲପାଟ ସାଲପାଟ ମନ୍ଦିର ନିକଟରୁ ଏକ ମଶାଲ ରାଲି ବାହାରି ସହର ପରିକ୍ରମା କରିଥିଲା I ଏହି ମହୋତ୍ସବରେ ୧୫ ରୁ ୧୭ ତାରିଖ ମଧ୍ୟରେ ଖେଳାକୁଦ, ବ୍ୟାଡ଼ମିଣ୍ଟନ, କ୍ୟାରମ, ଭଲିବଲ ଓ କବାଡି ପ୍ରତିଯୋଗିତା ଏବଂ ୧୮ ରୁ ୨୦ ତାରିଖ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣ କରାଯାଇଥାଏ ବୋଲି ସଭାପତି ଆଲୋକ କୁମାର ମହାନ୍ତି ଜଣାଇଛନ୍ତି I ଦୀର୍ଘ ବର୍ଷଧରି ନିଆରା ଢଙ୍ଗରେ ଏହି ମହୋତ୍ସବ ବାରିପଦା ସହରରେ ଅନୁଷ୍ଠିତ ହୋଇଆସୁଅଛି I ଖେଳକୁଦ ପ୍ରତିଯୋଗିତାରେ ସ୍ଥାନୀୟ ତଥା ଆଖପାଖ ଅଂଚଳର ଛୋଟ ଛୋଟ ପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ଅଂଶଗ୍ରହଣ କରୁଥିବା ବେଳେ କ୍ୟାରମ, ବ୍ୟାଡ଼ମିଣ୍ଟନ, ଭଲିବଲ ଖେଳରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଖେଳାଳି ଅଂଶଗ୍ରହଣ କରିଥାନ୍ତି I
Shrutilipi ad