Images (2)

ଶିମିଳିପାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧି, ୮୪ କୁମ୍ଭୀର ଠାବ

ରାଜ୍ୟ

ବାରିପଦା: ଚଳିତ ମାସ 6 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟରେ କୁମ୍ଭୀର ଗଣନା ର ରିପୋର୍ଟ ରୁ ଜଣା ପଡିଅଛି ଯେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଶିମିଳିପାଳ ରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଅଛି l ମୋଟ 84 ଗୋଟି କୁମ୍ଭୀର ଠାବ କରାଯାଇଛି l 2021 ରେ 81, 2022 ରେ 83, 2023 ରେ 86, 2024 ରେ 82 ଏବଂ 2025 ରେ 81ଗୋଟି କୁମ୍ଭୀର ବନ ବିଭାଗ ପକ୍ଷରୁ ଶିମିଳିପାଳ ରେ ଗଣନା କରାଯାଇଥିଲା l ଚଳିତ ବର୍ଷ ଏହି କୁମ୍ଭୀର ଦକ୍ଷିଣ ବନଖଣ୍ଡ ରେ 78 ଟି, ଉତ୍ତର ବନଖଣ୍ଡ ରେ ଗୋଟିଏ ଏବଂ ରାମତୀର୍ଥ ରେ 5 ଗୋଟି କୁମ୍ଭୀର ଠାବ କରାଯାଇଅଛି l ପଶ୍ଚିମ ଦେଓ ନଦୀରେ ସର୍ବାଧିକ 60 ଗୋଟି କୁମ୍ଭୀର ରହିଛନ୍ତି l ୱେଷ୍ଟ ଦେଓ, ଇଷ୍ଟ ଦେଓ, ଖଇରୀ, ଖଡ଼ଖାଇ, ଠକଠକି ନଦୀ, ସାଳନ୍ଦୀ ନଦୀ, ଖଡଖାଇ ନାଳ, ବୁଢାବଳଙ୍ଗ ନଦୀ କୁଳ ସମେତ ରାମତୀର୍ଥସ୍ଥ କୁମ୍ଭୀର ପ୍ରଯଜନ କେନ୍ଦ୍ର କୁ ମିଶାଇ ମୋଟ କୋଡିଏ ଗୋଟି ଜଳାଶ୍ରୟରେ ବନ ବିଭାଗ ପକ୍ଷରୁ କୁମ୍ଭୀର ଗଣନା କରାଯାଇଥିଲା l

Shrutilipi ad