IMG 20260113 WA0240

 ମାଣ୍ଡିଆ ମଣ୍ଡି ଉଦଘାଟନ ଓ ପୁଷ୍ଟିସାର ଖାଦ୍ୟମେଳା

ରାଜ୍ୟ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ପୁରୁଣା ପାଣି ପଞ୍ଚାୟତର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସର ବ୍ଳକ ସଂଯୋଜକ ଅଜୟ କୁମାର ପାତ୍ରଙ୍କ ସଂଯୋଜନାରେ ଅସୁରଘାଟି କୃଷକ ଉତ୍ପାଦକ ସଂଘ ପକ୍ଷରୁ ଆଜି ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟିତ ଏବଂ ପୁଷ୍ଟିଶସ୍ଯର ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,ରାଇରଙ୍ଗପୁର ବ୍ଳକ କୃଷି ଅଧିକାରୀ ଅଭିଜିତ ପ୍ରଧାନ,ବ୍ଳକ ସହକାରୀ କୃଷି ଅଧିକାରୀଣୀ ଅଙ୍କିତା ନାଏକ, ଏଏମଓ  ଟିଡିସିସି ର କେଦାରେଶ୍ୱର ନାଥ,ଏଡିପିସି ଓ୍ବାସନର ଶିଳାଦିତ୍ଯ ଭୌମିକ,ଅସୁରଘାଟି କୃଷକ ଉତ୍ପାଦକ ସଂଘର ଏମଡି ଦେବଯାନୀ ମହାନ୍ତ,କୁମୁଦିନୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା କହିଥିଲେ
କ୍ଷୁଦ୍ରଶସ୍ଯ ମାଣ୍ଡିଆ ମଣିଷର ସ୍ଵାସ୍ଥ୍ୟ ପାଇଁ ବହୁତ ହିତକାରକ ।ମଧୁମେହ ରୋଗୀ, ବୟସ୍କ ,ରକ୍ତହୀନତା, ପ୍ରସୂତି ମହିଳା ମାନଙ୍କ ପାଇଁ ପ୍ରକୃତିର ବରଦାନ ଅଟେ ।ମାଣ୍ଡିଆ ଚାଷ ପାଇଁ କୃଷକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ମାଣ୍ଡିଆ ଚାଷ ପାଇଁ ସରକାର କୁଇଣ୍ଟାଲ ପିଛା ୪,୮୮୬ ଟଙ୍କା ଏମଏସପି ଦର ଧାର୍ଯ୍ୟ କରିଛନ୍ତି ।ତଦସହ ଚାଷ ପାଇଁ ବିହନ, ସାର ,କୀଟନାଶକ ଔଷଧ, ଏକର ପିଛା ପ୍ରୋତ୍ସାହନ ରାଶି, ଏବଂ ଅମଳ ପରେ ସରକାରଙ୍କ ତରଫରୁ ମଣ୍ଡି ସାହାଯ୍ୟରେ ଟିଡିସିସି ମାଧ୍ୟମରେ କ୍ରୟ ବିକ୍ରୟ ବ୍ୟବସ୍ଥା କରିଛନ୍ତି ।ପାରମ୍ପାରିକ ଧାନ ଚାଷ ଠାରୁ ମାଣ୍ଡିଆ ଚାଷ  ବହୁ ଲାଭଜନକ ଅଟେ ବୋଲି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ । ଚଳିତବର୍ଷ ରାଇରଙ୍ଗପୁର ବ୍ଳକର ସମସ୍ତ ୯ ଟି ପଞ୍ଚାୟତର ୬୯୦ ହେକ୍ଟରରେ ୯୯୧ ଜଣ ଚାଷୀ ମାଣ୍ଡିଆ ଚାଷ କରିଥିଲେ ।ତନ୍ମଧ୍ୟରୁ ୮୬୨ ଜଣ ଚାଷୀ ନାମ ପଞ୍ଜିକୃତ କରିଥିଲେ ।ପରେ କଣ୍ଟାବଣି ଗ୍ରାମର ଲକ୍ଷ୍ମୀନାରାୟଣ ସ଼ଵୟଂସହାୟିକା ଗୋଷ୍ଠୀ ତରଫରୁ ମାଣ୍ଡିଆ ପୁଷ୍ଟିସାର ଖାଦ୍ୟର ମେଳାର ମାଣ୍ଡିଆ ପ୍ରସ୍ତୁତ ସୁସ୍ବାଦୁ ଖାଦ୍ୟ ପକୁଡ଼ି,କ୍ଷିରୀ,ଗୁଲୁଗୁଲା,ବରା,ଆରିସା ପିଠା,ନିମିକି,ସିଙ୍ଗଡ଼ା,ଲଡୁ,ମୁଆଁ ପ୍ରଦର୍ଶିତ ହେବା ସହ ଆସିଥିବା ଅତିଥି ଏବଂ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ପ୍ରଦାନ କରାଯାଇଥିଲା ।ପରେ ଆଇଆରଡିଏମଏସର ବ୍ଳକ ସଂଯୋଜକ ଅଜୟ କୁମାର ପାତ୍ର  ନବ ବର୍ଷ ଉପଲକ୍ଷେ  ସମସ୍ତ ମାଣ୍ଡିଆ ଚାଷୀଙ୍କୁ ଶୁଭେଛା ଜଣାଇଵା ସହ କାର୍ଯ୍ୟକ୍ରମରେ  ଉପସ୍ଥିତ ରହି ସଫଳ କରିଥିବାରୁ ସମସ୍ତଙ୍କୁ  ଧନ୍ୟବାଦ ଜଣାଇଥିଲେ ।
Shrutilipi ad