IMG 20260112 WA0180

ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ପ୍ରକଳ୍ପ ସୀମା ନିର୍ଦ୍ଧlରଣ ସର୍ଭେ ଆରମ୍ଭ

ରାଜ୍ୟ
ବାରିପଦା: ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ମୟୂରଭଞ୍ଜଙ୍କ ଆଦେଶ ଏବଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିଠାରୁ ବାଦାମପାହାଡ –କେନ୍ଦୁଝରଗଡ଼ ରେଳ ପ୍ରକଳ୍ପ ସନ୍ଦର୍ଭରେ ରେଳୱେ ଆଇନ, ୧୯୮୯ ର ଧାରା ୨୦(ବି) ଅନୁଯାୟୀ ଜମି ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ସର୍ଭେ କାର୍ଯ୍ୟ କରଞ୍ଜିଆ ତହସିଲ୍‌ ଅନ୍ତର୍ଗତ ଧକାଟା, ବିରାଜାଦୁନାଥପୁର ଓ ଘୋସାଡ଼ା ଗ୍ରାମ ଏବଂ ସୁକ୍ରୁଲି ତହସିଲ୍‌ ଅନ୍ତର୍ଗତ କୁସୁନାପୁର ଗ୍ରାମରେ କରାଯାଉଛି।
ଏହି ସର୍ଭେର ଉଦ୍ଦେଶ୍ୟ ପ୍ରସ୍ତାବିତ ରେଳପଥ ପାଇଁ ଆବଶ୍ୟକ ଜମିର ସଠିକ ସୀମା ଚିହ୍ନଟ, ରେକର୍ଡ ସହ ସ୍ଥଳ ସତ୍ୟାପନ ଏବଂ ଆଗାମୀ ଭୂମି ଅଧିଗ୍ରହଣ ପ୍ରକ୍ରିୟାକୁ ସୁଚାରୁ ଭାବେ ତ୍ୱରାନ୍ୱିତ କରିବା। ସମ୍ପୃକ୍ତ ତହସିଲ୍ ପ୍ରଶାସନ ଓ ରେଳୱେ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସର୍ଭେ କାର୍ଯ୍ୟ ଚାଲୁ ରହିଛି। ସମ୍ପୃକ୍ତ ରାୟତମାନଙ୍କୁ ସର୍ଭେ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
Shrutilipi ad