ବାରିପଦା: ଆଜି ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ କୁ 6 ପୋକ୍ସ ଆକ୍ଟ 2012 ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଅଭିଯୁକ୍ତ ଜଣକ ହେଲା ମୟୁରଭଞ୍ଜ ଜିଲ୍ଲା ଶୁଲିଆପଦା ଥାନା ଅନ୍ତର୍ଗତ ନୂଆମାଳିଆ ଗ୍ରାମର ବୁଲୁ ମୁଖୀ (20) l ଆଦାୟ ଜୋରିମାନା ଅର୍ଥ ପୀଡିତା କୁ ପୈଠ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଗତ 2025 ଜୁନ 3 ତାରିଖ ଦିନ ମଧ୍ୟାନ୍ନ 12 ଟା ରୁ 1 ଟା ସମୟ ମଧ୍ୟରେ ଅଭିଯୁକ୍ତ ବୁଲୁ ମୁଖୀ ଜୈନେକ ଚାରି ବର୍ଷ ର ନବାଳିକା କୁ ପାଖ ନଦୀକୁ ଗାଧେଇବାକୁ ନେଇଯିବା ବାହାନାରେ ନେଇ ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା l ଝିଅ ଘରକୁ ଅନେକ ସମୟ ଧରି ନଫେରିବାରୁ ତାର ମା ନଦୀ କୁ ଯାଇ ଦେଖିଲେ ଅଭିଯୁକ୍ତ ନଦୀ ଘାଟରେ ତା ସହିତ ଦୁଷ୍କର୍ମ କରୁଅଛି l ସେଠାରୁ ଝିଅ କୁ ଉଦ୍ଧାର କରି ଘରକୁ ଆଣିଥିଲେ l ନାବାଳିକା ଗୁରୁତର ଆହତ ହୋଇଥିବାରୁ ତାକୁ ପ୍ରଥମେ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଏ ବାବଦରେ ନାବାଳିକା ର ମା ଙ୍କ ଅଭିଯୋଗ କ୍ରମେ ଶୁଲିଆପଦା ଥାନାରେ କେସ ନମ୍ବର 98/3-6-2025 ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 7 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l

