ଚୈତ୍ର ପର୍ବ ସ୍ମରଣିକା ପାଇଁ ସୃଜନଶୀଳ ଲେଖା ଆହ୍ୱାନ

BREAKING NEWS
ବାରିପଦା : ଆସନ୍ତା ଚୈତ୍ର ପର୍ବ-୨୦୨୬ ଅବସରରେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ପାଇଁ ଜିଲ୍ଲାର ସୃଜନଶୀଳ ବ୍ୟକ୍ତିବିଶେଷ, ଲେଖକ, କବି ଓ ସାହିତ୍ୟପ୍ରେମୀମାନଙ୍କୁ ନିଜ ନିଜ ସୃଜନଶୀଳ ଲେଖା ପ୍ରେରଣ କରିବାକୁ ଅନୁରୋଧ କରାଯାଉଛି।
ଏଥିରେ ଗଳ୍ପ, କବିତା, ପ୍ରବନ୍ଧ, ସ୍ମରଣିକା ଓ ଲୋକସାହିତ୍ୟ ସମ୍ପର୍କିତ ସୃଜନଶୀଳ ଲେଖାଗୁଡ଼ିକୁ ଆସନ୍ତା ୨୫ ମାର୍ଚ୍ଚ ୨୦୨୬ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ, ବାରିପଦାକୁ ପ୍ରେରଣ କରିବା ଆବଶ୍ୟକ । ସମସ୍ତ ଲେଖା ପିଡିଏଫ୍ ଏବଂ ୱାର୍ଡ(ଦୁଇଟି ଯାକ) ଫାଇଲ୍ ଫର୍ମାଟରେ ୱାଟସଆପ୍ ନଂ- 7008350650 କିମ୍ବା ଇମେଲ୍- dcomayurbhanj@gmail.com ମାଧ୍ୟମରେ ପ୍ରେରଣ କରିବେ ।
ପ୍ରାପ୍ତ ଲେଖାଗୁଡ଼ିକୁ ଯାଞ୍ଚ (ସ୍କ୍ରୁଟିନି) କରାଯାଇ ଯୋଗ୍ୟ ଓ ଉତ୍କୃଷ୍ଟ ଲେଖାଗୁଡ଼ିକୁ ଚୟନ କରି ଚୈତ୍ର ପର୍ବ-୨୦୨୬ ସ୍ମରଣିକାରେ ସ୍ଥାନୀତ କରାଯିବ।
ଚୈତ୍ର ପର୍ବ ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରସିଦ୍ଧ ଓ ଐତିହ୍ୟ ସଂପନ୍ନ ସାଂସ୍କୃତିକ ପର୍ବ ହେବା ସହ ଏହା ଜିଲ୍ଲାର ସମୃଦ୍ଧ ପାରମ୍ପରିକତା, ଲୋକସଂସ୍କୃତି ଓ ସାହିତ୍ୟକୁ ପ୍ରତିଫଳିତ କରେ । ଏହି ସ୍ମରଣିକା ପ୍ରକାଶ ମାଧ୍ୟମରେ ଚୈତ୍ର ପର୍ବର ସାଂସ୍କୃତିକ ମାହାତ୍ମ୍ୟ ଓ ଜିଲ୍ଲାର ସାହିତ୍ୟିକ ସମ୍ପଦକୁ ଆହୁରି ଉଦ୍ଭାସିତ କରିବାକୁ ଉଦ୍ୟମ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ସୃଜନଶୀଳ ବ୍ୟକ୍ତିବିଶେଷଙ୍କୁ ନିଜ ନିଜର ଲେଖା ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରେରଣ କରି ଏହି ସ୍ମରଣିକାକୁ ସମୃଦ୍ଧ କରିବା ପାଇଁ ଅନୁରୋଧ କରାଯାଉଛି ।
Shrutilipi ad