- ସୋର୍ବୋଚ୍ଚ ଡାକରେ ନିଲାମ ନେଲେ ଜଣେ ଡାକ୍ତର
ବାରିପଦା : ଭାରତ ସରକାରଙ୍କଠାରୁପୁରଷ୍କୃତ ହୋଇଥିବା ହାଟବାଦଡା ହାଟର ଆଜି ନିଲାମ ଡାକ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।ଏହି ନିଲାମ ସମୟରେ କୁସୁମି ବ୍ଳକ ଏବିଡିଇଓ ବିନତୀ ମାରାଣ୍ଡୀ, ହାଟବାଦଡା ସରପଞ୍ଚ ସବିତା ସୋରେନ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଜନ୍ମେଜୟ ସେଠୀ, କର୍ମଚାରୀ ଭୋଳାନାଥ ବେହେରା,ବାଦାମ ପାହାଡ଼ ଥାନାଧିକାରୀ କମଳାକାନ୍ତ ହେମ୍ବ୍ରମ,ସୁଲାଇପାଟ ଫାଣ୍ଡି ଅଧିକାରୀ ରଘୁନାଥ ଦେହୁରୀ,ହାଟବାଦଡା ଫାଣ୍ଡି ଅଧିକାରୀ, ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି,ଗଣମାଧ୍ୟମ ପ୍ରତିନିଧି ଓ ନିଲାମ ଧାରୀମାନେ ଉପସ୍ଥିତ ରହିଥିଲେ ।ହାଟ ନିଲାମ ଡାକରେ ଡଃ ଶିବାଶିଷ ଗିରି ୧ କୋଟି ୩୦ ଲକ୍ଷ ୧ ଟଙ୍କା ରେ ହାଟରେ ନିଲାମ ନେଇଥିଲେ ।ଡଃ ଶିବାଶିଷ ଗିରି ଜଣେ ଜର୍ମାନ୍ ର କାର୍ଯ୍ୟରତ ଡାକ୍ତର ।ସୁଦୂର ଜର୍ମାନୀରେ ଥିଲେ ମଧ୍ୟ ଗାଁର ପ୍ରକୃତି, ମାଟି, ମଣିଷ , ସ୍ନେହ ମମତା କୁ ଭୁଲି ନ ମାରି ମାତୃଭୂମି, ଅଞ୍ଚଳବାସୀଙ୍କ ଉ ସ୍ଵାସ୍ଥ୍ଯସେବା, ଯୁବକମାନଙ୍କର ଦକ୍ଷତା ବିକାଶ, ଲୋକମାନଙ୍କୁ ତଥା ବେପାରୀ, ଏବଂ ଗାଇ ଗୋରୁଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସେ ସେବାର ହାତ ବଢ଼େଇଛନ୍ତି ଓ ସେଥିପାଇଁ ହାଟ ନିଲାମ ନେଇଛନ୍ତି । ଚାରିଆଡେ ଆକାଶରେ ଯୁଦ୍ଧ ଲାଗି ରହିଥିବାବେଳେ ଯୁଦ୍ଧକୁ ଖାତିର ନକରି ଜର୍ମାନରୁ ଓଡାଶା ଆସିବାକୁ ୩ ଦିନ ଲାଗିଥିଲା ଓ ଆଜି ସକାଳେ ହାଟବାଦଡାରେ ପହଞ୍ଚି ହାଟ ନିଲାମରେ ଅଂଶ ଗ୍ରହଣ କରିଥିବା କୋହଭରା କଣ୍ଠରେ କହିଥିଲେ ।ଏହି ହାଟ ନିଲାମ ନେବାର ଉଦେଶ୍ୟ ଅଞ୍ଚଳବାସୀଙ୍କ ଉ ସେବା ଯୋଗାଇବା, ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ଵୟସ୍କା ମାନଙ୍କୁ ନିଃଶୁଳ୍କ ବେପାର ଦେବା, ଗୋ ସମ୍ପଦଙ୍କୁ ଖାଦ୍ୟ , ପିଇବା ପାଣି , ଆଶ୍ରୟ ଦେବା , ପ୍ରତି ବୁଧବାର ସାପ୍ତାହିକ ହାଟରେ ମାଗଣା ସ୍ବାସ୍ଥ୍ୟ ସେବା, ଯୁବକମାନଙ୍କୁ ଦକ୍ଷତା ତାଲିମ,ମହିଳାମାନଙ୍କୁ ଆତ୍ମନିର୍ଭର ଶୀଳ ପାଇଁ ତାଲିମ ଦେବା ସହ ବହୁ ସାମାଜିକ କାର୍ଯ୍ୟକ୍ରମ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ଡାକ ନିଲାମରେ ୩ ଜଣ ନିଲାମଧାରୀ ଭଗବାନ ସାହୁ, ଓମ୍ ପ୍ରକାଶ ସାହୁ ଏବଂ ଡଃ ଶିବାଶିଷ ଗିରି ଅଂଶ ଗ୍ରହଣ କରିଥିଲେ । ସବୁ ବର୍ଷ ଅପେକ୍ଷା ଚଳିତବର୍ଷ ୧ କୋଟି ୩୦ ଲକ୍ଷରେ ଡାକ ନେଇଯିବା ରେକର୍ଡ ସୃଷ୍ଟି କରିଅଛି ।

