ବାରିପଦା : ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଦ୍ୱାରା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜନ ହେବାକୁ ଯାଉଛି । ଏଥିରେ ଫେବୃଆରୀ ୧୮ ତାରିଖରେ ବାରିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ, କୁସୁମୀ ବ୍ଲକରେ ନିମନ୍ତେ ଫେବୃଆରୀ ୨୪ ତାରିଖ ବାଦାମପାହାଡ ୟୂ.ଜି.ଏମ.ଇ. ବିଦ୍ୟାଳୟ ପରିସରରେ ଓ ଫେବୃଆରୀ ୨୬ ତାରିଖ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହେବ । ତେଣୁ ହିତାଧିକାରୀ ମାନେ ଉକ୍ତ ଶିବିରର ସୁଯୋଗ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଉଛି । ପ୍ରକାଶ ଥାଉକି,ଭୀମ ଭୋଇ ସାମର୍ଥ୍ୟ ଶିବିର ହେଉଛି ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସଶକ୍ତିକରଣ ଶିବିର ବା କାର୍ଯ୍ୟକ୍ରମ, ଯାହାର ଲକ୍ଷ୍ୟ ଭିନ୍ନକ୍ଷମ ଥିବା ବ୍ୟକ୍ତିମାନଙ୍କୁ ସେବା ପ୍ରଦାନ କରିବା। ଏହି ଶିବିର ଗୁଡ଼ିକରେ ପ୍ରମାଣପତ୍ର ପାଇଁ ଭିନ୍ନକ୍ଷମ ମାନଙ୍କ ମୂଲ୍ୟାଙ୍କନ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବସ୍ ପାସ୍ ଭଳି ସୁବିଧା ସହିତ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଥାଏ। ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଆବଶ୍ୟକୀୟ ଦସ୍ତାବିଜ (ଡକ୍ୟୁମେଣ୍ଟ) ଏବଂ ସୂଚନା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବ ।

