ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଦୂର ଓ ଅନଲାଇନ୍ ଶିକ୍ଷାରେ ଦ୍ଵୈତ ଡିଗ୍ରୀ ସୁଯୋଗ 

BREAKING NEWS
ବାରିପଦା: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଦୂର ଓ ଅନଲାଇନ୍ ଶିକ୍ଷା ବ୍ୟବସ୍ଥାରେ ଅନ୍ୟ ନିୟମିତ  ବିଭାଗରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଦ୍ଵୈତ ଡିଗ୍ରୀ ହାସଲ କରିପାରିବେ ବୋଲି ବିଶ୍ଵବିଦ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ। ନୂତନ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏକକାଳୀନ ଦୁଇଟି ଶିକ୍ଷାଗତ କାର୍ଯ୍ୟକ୍ରମରେ ଅଧ୍ୟୟନ କରିପାରିବେ। ସେମାନଙ୍କ ପାଇଁ ସ୍ଵତନ୍ତ୍ର ୫୦% ରିହାତିର ବ୍ୟବସ୍ଥା ରହିଛି ବୋଲି କୁହାଯାଉଛି। ଦୂର ଓ ଅନ ଲାଇନ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ୱାରା ଉଚ୍ଚଶିକ୍ଷାକୁ ମାଗଣା, ଅନ୍ତର୍ଭୁକ୍ତ ଏବଂ ପରିବର୍ତ୍ତନକାରୀ କରିବା ପାଇଁ “ବିଶ୍ୱବିଦ୍ୟାଳୟ ଶିକ୍ଷା ମିଶନ” (ULM) ପ୍ରସ୍ତାବକୁ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଇଛି ଯାହା ଦ୍ୱାରା ପ୍ରତ୍ୟେକ ଶିକ୍ଷାର୍ଥୀ ଆର୍ଥିକ ପ୍ରତିବନ୍ଧକ ବିନା ଶିଖିବା, ବୃଦ୍ଧି ପାଇବା ଏବଂ ସଫଳ ହେବାର ସୁଯୋଗ ପାଇବେ। ବିଶ୍ୱବିଦ୍ୟାଳୟ ଶିକ୍ଷା ମିଶନ(ULM) ଯୋଜନା ଅଧୀନରେ ସ୍ନାତକ ଓ ସ୍ନାତକୋତ୍ତର ଯୋଗ୍ୟତା ଆଧାରରେ ସଂରକ୍ଷଣ ବର୍ଗ (ଏସସି ଏବଂ ଏସଟି-୩%), ଦିବ୍ୟାଙ୍ଗ (୧%) ଏବଂ ସମଲିଙ୍ଗୀଙ୍କୁ(୧%) ସର୍ବମୋଟ୍ ୫% ମାଗଣା ପ୍ରବେଶ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନା ଫେବୃଆରୀ ୨୦୨୬ ଅଧିବେଶନରୁ କାର୍ଯ୍ୟକାରୀ ହେଉଛି।
Shrutilipi ad