ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟ ସାମାଜିକ କାର୍ଯ୍ୟ ବିଭାଗ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି। ଆବାହକ ସହକାରୀ ପ୍ରଫେସର ଶୁଭେନ୍ଦୁ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏବଂ ଉଦଜାପନୀ ସମାରୋହରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରମାଦ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମାଜର ପ୍ରଗତି ପାଇଁ ସାମାଜିକ କାର୍ଯ୍ୟ ବିଭାଗର ଭୂମିକା ସମ୍ବଦ୍ଧରେ ବକ୍ତବ୍ୟ ରଖିଥିଲେ । ସ୍ଵତନ୍ତ୍ର ଅତିଥି ଭାବରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ଵ ବିଭାଗରେ କାର୍ଯ୍ୟ କରୁଥିବା ଅବସର ପ୍ରାପ୍ତ ପ୍ରତ୍ନତତ୍ତ୍ଵ ବିତ୍ ଡକ୍ଟର ନବକୁମାର ଦ୍ୱାରି ଓ ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା ଯୋଗଦାନ କରି ଭାରତର ଆଦିମ ଜନଜାତି ମାନଙ୍କର ସାଂପ୍ରତିକ ସ୍ଥିତିରେ ଜୀବନ ଓ ଜୀବିକା ସମ୍ବଦ୍ଧରେ ଅଭିଭାଷଣ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୨ ଟି ବିଶ୍ଵବିଦ୍ୟାଳୟ ୭ଟି ମହାବିଦ୍ୟାଳୟର ୨୧୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିବା ସହିତ ୨୭ ଜଣ ଛାତ୍ରଛାତ୍ରୀ ଆଦିମ ଜନଜାତି ମାନଙ୍କ ଉପରେ ଗବେଷଣା ପଠନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖଡିଆ, ମାଙ୍କଡିଆ, ଜୁଆଙ୍ଗ, ସାନ୍ତାଳ, ସମ୍ପ୍ରଦାୟର ୮୦ ଜଣ ଲୋକମାନଙ୍କର ଉପସ୍ଥିତ ରହି ମତାମତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ MBR ସମୀର କୁମାର ସାହୁ ଉପସ୍ଥିତ ଥିଲେ । ଉକ୍ତ ଜାତୀୟ ଆଲୋଚନାଚକ୍ରରେ ଆଦିମ ଜନଜାତି ମାନଙ୍କୁ ସମ୍ବଦ୍ଧନା କରିବା ସହିତ କମଳ ବଣ୍ଟନ କରାଯାଇଥିଲା । ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ସମସ୍ତ ଗବେଷକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବିଭାଗୀୟ ଅଧ୍ୟାପିକା ପାଏଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

