ସୁପ୍ରିମକୋର୍ଟରେ ପହଞ୍ଚିଲା ଓ୍ବାକଫ(ସଂଶୋଧନ) ବିଲ୍

ଦେଶ - ବିଦେଶ

ନୂଆଦିଲ୍ଲୀ : ୱାକଫ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ରହିଛି। କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଏବଂ ଅନେକ ମୁସଲିମ ସଂଗଠନ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ଏବେ ୱାକଫ ସଂଶୋଧନ ବିଲ୍ ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସି ଏବଂ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ ୱାକଫ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।

ୱାକଫ୍ ସଂଶୋଧନ ବିଲ୍ ଉପରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି – “ଏହି ବିଲ୍ ଲୋକସଭା ଏବଂ ରାଜ୍ୟସଭାରେ ଗୃହୀତ ହୋଇଛି। ଏଥିରେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ହେବା ବାକି ଅଛି ଏବଂ ତା’ପରେ ଏହାକୁ ଆଇନଗତ ଲଢ଼େଇ ଦେଇ ଯିବାକୁ ପଡିବ। ଆମେ ଯାହା ସାମ୍ବିଧାନିକ ତାହା କରିବୁ। ସଂସଦରେ ଗୃହୀତ ସଂଶୋଧନ ବିଲ୍ ଅସାମ୍ବିଧାନିକ।”

ଏହା ପୂର୍ବରୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ଏହି ବିଲ ଅସମ୍ବିଧାନିକ ଓ ଏହାକୁ ବଳପୂର୍ବକ ସଂସଦରେ ଗୃହୀତ କରାଯାଇଛି ବୋଲି କହିଥିଲେ । ତେବେ ତାଙ୍କର ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି ।

Shrutilipi ad