ନୂଆଦିଲ୍ଲୀ : ଆଜିଠାରୁ ଦେଶବ୍ୟାପୀ କମର୍ସିଆଲ ଗ୍ୟାସ ଦର କମିଛି। ୧୯କେଜି କମର୍ସିଆଲ ଗ୍ୟାସ ଦର ୪୧ଟଙ୍କା କମିଥିବା ଜଣାପଡ଼ିଛି।
କମର୍ସିଆଲ ଗ୍ୟାସ ଦର ଦିଲ୍ଲୀରେ ୪୧ଟଙ୍କା କମିଛି। ଦିଲ୍ଲୀରେ ଆଜିଠାରୁ ନୂତନ ଗ୍ୟାସ ଦର୧୭୬୨ ଟଙ୍କା ଲାଗୁ କରାଯାଇଛି। ତେବେ ଘରୋଇ ଭାବେ ବ୍ୟବହାର ହେଉଥିବା ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ଜଣାଯାଇଛି |

