ଲଦାଖରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ

ଦେଶ - ବିଦେଶ

ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି। ଜମ୍ମୁ କାଶ୍ମୀର ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଭୂକମ୍ପଟି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ରେ ହୋଇଥିଲା। ଭୂକମ୍ପ ହେବା ମାତ୍ରେ ଭୟଭୀତ ହୋଇ ଲୋକେ ଘରୁ ବାହାରକୁ ପଳାଇଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ଆସିନି। ଗତକାଲି ଗୁଜୁରାଟର ସୌରାଷ୍ଟ୍ର ଜିଲ୍ଲାର ଆମରେଲି ସହରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା।

 

Shrutilipi ad