Mamata

ଆଇ-ପ୍ୟାକ୍ ରେଡ୍ ମାମଲାରେ ମମତାଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡି

ଦେଶ - ବିଦେଶ

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୮ ତାରିଖ ଘଟଣାର ସିବିଆଇ ତଦନ୍ତ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଦ୍ଵାରସ୍ଥ ହୋଇଛି। ଆଇ-ପ୍ୟାକ୍ ଓ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଠିକଣାରେ ହୋଇଥିବା ଚଢ଼ଉ ସମୟରେ ମମତା ବାଧା ସୃଷ୍ଟି କରିବା ସହ ବଳପୂର୍ବକ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନେଇ ପଳାଇଥିବା ଅଭିଯୋଗ କରିଛି। ଇଡି ଅଧିକାରୀମାନେ ଏହାକୁ ଏକ ‘ଚୋରି’ ବୋଲି ଅଭିହିତ କରିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ସରକାର ସୁପ୍ରିମ୍‌କୋର୍ଟରେ କେଭିଏଟ୍ ଦାୟର କରିଛନ୍ତି। ଯାହାଦ୍ୱାରା ସେମାନଙ୍କ ପକ୍ଷ ଶୁଣାଯିବା ବିନା କୌଣସି ପ୍ରତିକୂଳ ଆଦେଶ ଯେଭଳି ଦିଆଯାଇପାରିବ ନାହିଁ।

ସୂଚନା ଅନୁଯାୟୀ ଜାନୁଆରୀ ୮ ତାରିଖରେ ଇଡି କୋଲକାତାରେ ଆଇ-ପ୍ୟାକ୍‌ର କାର୍ଯ୍ୟାଳୟ ଓ ପ୍ରତୀକ ଜୈନଙ୍କ ବାସଗୃହରେ ଚଢ଼ଉ କରିଥିଲା। ଏହା କୋଟି କୋଟି ଟଙ୍କାର ମନି ଲଣ୍ଡରିଂ ସହ ଜଡ଼ିତ ତଦନ୍ତ ଅଧୀନରେ ହୋଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନେଇ ସେଠାରୁ ପଳାଇଥିଲେ। ଏଥିରେ ବହୁ ଡିଜିଟାଲ୍ ଉପକରଣ ଏବଂ ମୁଖ୍ୟ ଦସ୍ତାବିଜ ଅନ୍ତର୍ଭୁକ୍ତ ଥିଲା। ଏହାକୁ ଇଡି ଅଧିକାରୀମାନେ ‘ଚୋରି’ ବୋଲି ଅଭିହିତ କରିଛନ୍ତି।

Shrutilipi ad