Maoist camp 2 e1766330069901 300x249

ଦଇଡ଼ାପାନି ଜଙ୍ଗଲରେ ମାଓ ଶିବିର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଦେଶ - ବିଦେଶ

ଛତିଶଗଡ଼: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ ହୋଇଛି। ଶିବିରରେ ମାଓବାଦୀ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ।

ସୂଚନା ଅନୁସାରେ, ଗରିଆବନ୍ଦର ମେନପୁର ଅନ୍ତର୍ଗତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର କରି ରହୁଥିବା ନେଇ ସୁରକ୍ଷା ବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସେହି ଆଧାରରେ ସୁରକ୍ଷା ବଳଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ରବିବାର ଜଙ୍ଗଲ ଭିତରୁ ମାଓବାଦୀ ଶିବିର ଠାବ ହୋଇଥିବାବେଳେ ସେଠାରୁ ବହୁ ପରିମାଣରେ ମୋର୍ଟାର ଲଞ୍ଚର ଏବଂ ବନ୍ଧୁକ ଜବତ ହୋଇଛି।

Shrutilipi ad