Lava

ଆଗ୍ନେୟଗିରି ଉଦ୍‌ଗିକରଣ, ଅହମଦାବାଦରେ ଅବତରଣ କଲା ଆବୁଧାବୀ ଯାଉଥିବା ବିମାନ

ଦେଶ - ବିଦେଶ

ନୂଆଦିଲ୍ଲୀ: କନ୍ନୁରରୁ ଆବୁଧାବୀ ଯାଉଥିବା ଇଣ୍ଡିଗୋ ବିମାନ ଆଗ୍ନେୟଗିରି ଲାଭା ଓ ପାଉଁଶ ଉଦ୍‌ଗିକରଣ ଯୋଗୁଁ ଅହମଦାବାଦରେ ଅବତରଣ କରିଛି। ସୋମବାର ଇଣ୍ଡିଗୋ ବିମାନ ୬ଇ ୧୪୩୩ ଉଡାଣ ଆରମ୍ଭ କରିଥିବା ସମୟରେ ଇଥିଓପିଆରୁ ପାଉଁଶ ଓ ଧୂଆଁ ଉଦ୍‌ଗିକରଣ ନେଇ ସୂଚନା ମିଳିଥିଲା। ବିମାନ ସୁରକ୍ଷିତ ଭାବେ ଅହମଦାବାଦରେ ଅବତରଣ ପରେ ଯାତ୍ରୀଙ୍କୁ ପୁଣି କନ୍ନୁର ପଠାଯିବ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରାୟ ୧୦ ହଜାର ବର୍ଷରେ ପ୍ରଥମ ଥର ରବିବାର ଇଥିଓପିଆ ହାୟଲି ଗୁବି ଆଗ୍ନେୟଗିରି ଉଦ୍‌ଗୀକରଣ ଦେଖିବାକୁ ମିଳିଛି। ଏହି ରୁଟରେ ଯାତ୍ରା ବିପଦପୂର୍ଣ୍ଣ ଥିବାରୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା। ଇଥିଓପିଆ ଏରଟା ଆଲେ ନିକଟରେ ଅବସ୍ଥିତ ହାୟଲି ଗୁବି ଆଗ୍ନେୟଗିରି ଉଦ୍‌ଗିକରଣ ଫଳରେ ଅନେକ ଉଚ୍ଚ ପର୍ଯ୍ୟନ୍ତ ପାଉଁଶ ଓ ସଲଫର ଡାଇଅକ୍ସାଇଡ୍ ନଜର ଆସିଛି। ଉପଗ୍ରହ ଦ୍ବାରା ଏହାର ଫଟୋ ଉତ୍ତୋଳନ କରାଯାଇଛି। ସେହି ପଥରେ ବିମାନ ଚଳାଚଳ ବିପଦପୂର୍ଣ୍ଣ ଥିବାରୁ ଏଥିପ୍ରତି ଧ୍ୟାନ ଦିଆଯାଉଛି। ଉଦ୍‌ଗିକରଣ ଗତିବିଧି ଉପରେ ଧ୍ୟାନ ରଖାଯାଉଛି। ଏହା ଉତ୍ତର ଭାରତ ଦିଗରେ ଗତି କରିବା ଅନୁମାନ କରାଯାଉଛି। ଧୁଆଁ ପ୍ରାୟ ୧୦ରୁ ୧୫ କିଲୋମିଟର ଉଚ୍ଚ ଉଠିଥିବା ଉପଗ୍ରହ ଦ୍ବାରା ଆକଳନ କରାଯାଇଛି।

Shrutilipi ad