ୱାଶିଂଟନ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ କାରକୁ ଆମେରିକା ପୁଲିସ ଅଟକାଇଥିଲା । ସେ ଜାତିସଂଘ ସାଧାରଣ ପରିଷଦରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିଲେ। ଡୋନାଲ୍ଡ ଟ୍ରମ୍ପ୍ଙ୍କ କାରକାଡେକୁ ଦୃଷ୍ଟିରେ ରଖି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ଫଳରେ ମାକ୍ରନ ରାସ୍ତାକୁ ଓହ୍ଲାଇ ଟ୍ରାଫିକ ପୁଲିସ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

