Evm

ଇଭିଏମ୍ ବାଲଟ୍ ପେପରରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ

ଦେଶ - ବିଦେଶ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛନ୍ତି।  ବର୍ତ୍ତମାନଠାରୁ ପ୍ରାର୍ଥୀଙ୍କ ଫଟୋ ଇଭିଏମ୍ ବାଲଟ୍ ପେପରରେ ରଙ୍ଗୀନ୍ ମୁଦ୍ରିତ ହେବ। ଭଲ ଦେଖାଯିବା ପାଇଁ ପ୍ରାର୍ଥୀଙ୍କ ମୁହଁ ଫଟୋଗ୍ରାଫ୍‌ର ତିନି-ଚତୁର୍ଥାଂଶ ସ୍ଥାନରେ ରହିବ। କ୍ରମିକ ସଂଖ୍ୟା ଗୁଡିକ ମଧ୍ୟ ଅଧିକ ପ୍ରମୂଖ ଭାବରେ ପ୍ରଦର୍ଶିତ ହେବ। ସ୍ପଷ୍ଟତା ପାଇଁ ଫଣ୍ଟ ଆକାର ୩୦ ହେବ ଏବଂ ବୋଲ୍ଡ ଅକ୍ଷରରେ ଲେଖାଯିବ। ବିହାର ବିଧାନସଭା ନିର୍ବାଚନଠାରୁ ଏହାକୁ ଆରମ୍ଭ କରାଯିବ। ଇଭିଏମ୍ ବାଲାଟ୍‌ ପେପର ଗୁଡିକ ୭୦ ଜିଏସ୍‌ଏମ୍ କାଗଜରେ ମୁଦ୍ରିତ ହେବ।

ବିଧାନସଭା ନିର୍ବାଚନ ପାଇଁ ଗୋଲାପୀ କାଗଜ ବ୍ୟବହାର କରାଯିବ। ଏହି ପରିବର୍ତ୍ତନ ଭୋଟରଙ୍କ ପାଇଁ ସ୍ପଷ୍ଟତା ବୃଦ୍ଧି ଓ ଭୋଟିଂ ପ୍ରକ୍ରିୟାକୁ ସରଳ କରିବ। ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ, କିନ୍ତୁ ଅକ୍ଟୋବର କିମ୍ବା ନଭେମ୍ବରର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବାର ଆଶା କରାଯାଉଛି। ଦୀପାବଳି ଏବଂ ଛଟ୍ ପୂଜାକୁ ଆଖି ଆଗରେ ରଖି ନିର୍ବାଚନ ତାରିଖ ସ୍ଥିର କରାଯିବ। ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ୨୨ ନଭେମ୍ବର, ୨୦୨୫ରେ ଶେଷ ହେଉଛି, ତେଣୁ ତା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହେବ।

Shrutilipi ad