Trump 1

ଅପିଲ୍ସ କୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ଟାରିଫ ନେଇ ସୁପ୍ରିମକୋର୍ଟ ଗଲେ ଟ୍ରମ୍ପ

ଦେଶ - ବିଦେଶ

ଆମେରିକାରେ ଟାରିଫକୁ ନେଇ ଲାଗିରହିଛି ଅନିଶ୍ଚିତତାର ବାତାବରଣ ।  ଟାରିଫକୁ ନେଇ ଅପିଲ୍ସ କୋର୍ଟର ନିଷ୍ପତ୍ତିର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଟ୍ରମ୍ପଙ୍କ ଟାରିଫ ନିଷ୍ପତ୍ତିକୁ ଅବୈଧ ଘୋଷଣା କରିଥିଲେ ଫେଡେରାଲ ସର୍କିଟ ଅପିଲ୍ସ କୋର୍ଟ ।

ଅଧିକାଂଶ ବିଚାରପତି ଟ୍ରମ୍ପଙ୍କ ଟାରିଫକୁ ଅବୈଧ କହିଥିଲେ ।  ଅପିଲ୍ସ କୋର୍ଟ ନିଷ୍ପତ୍ତିକୁ ଖାରଜ କରିବାକୁ ସୁପ୍ରିମକୋର୍ଟରେ ଟ୍ରମ୍ପ ପ୍ରଶାସନ ଆବେଦନ କରିଛି ।  ଇଣ୍ଟରନ୍ୟାସନାଲ ଏମର୍ଜେନସୀ ଇକୋନୋମିକ ପାୱାର ଆକ୍ଟ IEEPAରେ ଟ୍ରମ୍ପ ପ୍ରଶାସନ ଟାରିଫ ଲାଗୁ କରିଥିଲା ।

ଜରୁରୀକାଳୀନ କ୍ଷମତା ବ୍ୟବହାର କରି ଟାରିଫ ଲାଗୁ କରିବା ଅବୈଧ ବୋଲି କହିଥିଲେ ଅପିଲ କୋର୍ଟ ।  ଟାରିଫ ଲାଗୁ ନେଇ ଆମେରିକା କଂଗ୍ରେସର କ୍ଷମତାକୁ IEEPA ଅଣଦେଖା କରେ ନାହିଁ ବୋଲି କହିଥିଲେ ଅପିଲ୍ସ କୋର୍ଟ ।

ଅପିଲ୍ସ କୋର୍ଟ ଚେତାବନୀ ଜାରି କରି କହିଥିଲା, ଟାରିଫ ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇପାରେ ।  ସେପଟେ ଟ୍ରମ୍ପଙ୍କ ଯୁକ୍ତି ଆମଦାନୀ ଉପରେ ଶୁଳ୍କ ଲଗାଇବା କ୍ଷମତା ରାଷ୍ଟ୍ରପତିଙ୍କ ପାଖରେ ରହିଛି ।

ପ୍ରକୃତରେ, ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଯଦି ଆମେରିକା ସୁପ୍ରିମକୋର୍ଟରେ ଶୁଳ୍କ ମାମଲା ହାରିଯାଏ, ତେବେ ଏହାକୁ ୟୁରୋପୀୟ ସଂଘ, ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ଅନ୍ୟ ଦେଶମାନଙ୍କ ସହିତ ହୋଇଥିବା ବାଣିଜ୍ୟ ଚୁକ୍ତିନାମାକୁ ବାତିଲ କରିବାକୁ ପଡିବ। ଏହି ଚୁକ୍ତିନାମାଗୁଡ଼ିକରେ ପାରସ୍ପରିକ ଶୁଳ୍କ ବିଷୟରେ ଆଲୋଚନା କରାଯାଇଛି ।

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଆମେ ୟୁରୋପୀୟ ସଂଘ ସହିତ ଏକ ଚୁକ୍ତି କରିଛୁ ଯାହା ଅଧୀନରେ ସେମାନେ ଆମକୁ ପ୍ରାୟ ଏକ ଟ୍ରିଲିୟନ ଡଲାର ଦେଉଛନ୍ତି ଏବଂ ସମସ୍ତ ଦେଶ ଏହି ଚୁକ୍ତିରେ ଖୁସି ।  ଏହି ସମସ୍ତ ଚୁକ୍ତି ହୋଇଛି।   ଯଦି ଆମେରିକାର ସୁପ୍ରିମକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖନ୍ତି, ତେବେ ଟ୍ରମ୍ପ ପ୍ରଶାସନକୁ ଅତୀତରେ ହୋଇଥିବା ସମସ୍ତ ଚୁକ୍ତିନାମାକୁ ବାତିଲ କରିବାକୁ ପଡିବ ।

Shrutilipi ad