ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ ଆଉ କେତେବେଳେ ଭୁପିନ୍ଦର ଯାଦବ, ନୀତିନ ଗଡ଼କରୀ ମୋନରାଲ ଖଟ୍ଟରଙ୍କ ନାଁ ସାମ୍ନାକୁ ଆସୁଛି । ହେଲେ ଏହା କେବଳ ଚର୍ଚ୍ଚାରେ ହିଁ ରହିଯାଉଛି। ଏହାରି ଭିତରେ ଆଉ ଜଣେ ନୂଆ ନାଁକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି କି କୁହାଯାଉଛି ଯେ ଏହି ନେତା ହିଁ ଆଗକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି । ଆଉ ସେ ହେଉଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ।
ତେବେ ଏହି ଚର୍ଚ୍ଚା ଏଥିପାଇଁ ଆରମ୍ଭ ହୋଇଛି ଯେତେବେଳେ, RSS ମୁଖ୍ୟ ମୋହନ ଭାଗବତଙ୍କ ସହ ଶିବରାଜ ସିଂହଙ୍କର ହୋଇଛି ଦୀର୍ଘ ୪୫ ମିନିଟ୍ର ସାକ୍ଷାତ କରିଛନ୍ତି ।
କୁହାଯାଉଛି ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ପରେ ବିଜେପି ସଭାପତି ପଦ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହା କୁହାଯାଉଛି, ବିଜେପି ସେପ୍ଟେମ୍ବର କାରଣ, ଆଗକୁ ବିହାର ନିର୍ବାଚନ ଅଛି, ଆଉ ବିହାର ନିର୍ବାଚନ ବିଜେପି ନୂଆ ସଭାପତିଙ୍କ ନେତୃତ୍ବରେ ଲଢ଼ିବ । ସେହିପରି ଗତ ଗୋଟିଏ ବର୍ଷ ଧରି ବିଜେପିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ନିର୍ବାଚନ ବିଳମ୍ବ ହେବାର ଏକ ପ୍ରମୁଖ କାରଣ ସଂଘ ଏବଂ ଦଳର ଶୀର୍ଷ ପରିଚାଳକଙ୍କ ମଧ୍ୟରେ ସମନ୍ୱୟର ଅଭାବ ବୋଲି କୁହାଯାଉଛି ।

