Birdflu

ମଣିଷ ପାଇଁ ବିପଦ ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍: ଆଇଆଇଏସ୍‌ସି

ଦେଶ - ବିଦେଶ

ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍‌ସି)ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ (ବାର୍ଡ ଫ୍ଲୁ) ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ। ଆଇଆଇଏସ୍‌ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ ସାନୁଲାଙ୍କ ନେତୃତ୍ୱରେ ଗବେଷକମାନେ ଆବିଷ୍କାର କରିଛନ୍ତି ଯେ, ବର୍ତ୍ତମାନ ପ୍ରସାରିତ ୨.୩.୪.୪ବି ଭୂତାଣୁର ଜିନୋମ୍‌ରେ ନିର୍ଦ୍ଦିଷ୍ଟ ମ୍ୟୁଟେସନ ହୋଇଛି ଯାହା ମାନବଦେହକୁ ନିଜର ବୃଦ୍ଧି ପାଇଁ ଅନୁକୂଳ କରିପ‌ାରେ।

ବାୟୋକେମେଷ୍ଟ୍ରି ବିଭାଗର ପ୍ରୋଜେକ୍ଟ ଆସୋସିଏଟ ତଥା ଅଧ୍ୟୟନର ପ୍ରଥମ ଲେଖକ ରଞ୍ଜନା ନଟରାଜ କହିଛନ୍ତି, ଏହି କ୍ଲେଡ୍ (ଭୂତାଣୁବର୍ଗ)ରେ ମହାମାରୀ ସୃଷ୍ଟି କରୁଥିବା ମାନବ ଇନଫ୍ଲୁଏଞ୍ଜା ଷ୍ଟ୍ରେନ୍‌ର ସମାନ ଗୁରୁତ୍ୱପୂର୍ଣ୍ଣ ମ୍ୟୁଟେସନ୍ ରହିଛି, ଯାହା ଏକ ବଢ଼ୁଥିବା ବିପଦ ହୋଇପାରେ। ଏଚ୍‌୫ଏନ୍‌୧ ଇନ୍‌ଫ୍ଲୁଏଞ୍ଜା (ବାର୍ଡ ଫ୍ଲୁ) ଭୂତାଣୁ ତିନି ଦଶନ୍ଧି ପୂର୍ବେ ପ୍ରଥମେ ପକ୍ଷୀମାନଙ୍କଠାରେ ଚିହ୍ନଟ ହୋଇଥିଲା ଏବଂ ବର୍ତ୍ତମାନ ଧୀରେ ଧୀରେ ମଣିଷକୁ ପ୍ରବେଶ କରିଛି। ଯେତେବେଳେ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ କୌଣସି ନୂତନ ଜୀବ ଦେହରେ ପ୍ରବେଶ କରେ, ସେତେବେଳେ ଏହା ଜେନେଟିକ୍ ମ୍ୟୁଟେସନ୍ ବିକଶିତ କରିପାରେ। ଏହା ଭୂତାଣୁକୁ ନୂତନ ଜୀବ ସହ ଖାପ ଖୁଆଇବାରେ ସାହାଯ୍ୟ କରେ।

Shrutilipi ad